Masthead

ପୁଣି ଦିଲ୍ଲୀରେ ଆପ୍, ବାକି ସବୁ ସାଫ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ୫ ନଗର ନିଗମ ବୋର୍ଡ ଉପନିର୍ବାଚନର ଫଳ ପ୍ରକାଶ ପାଇଛି । ୪ ଟି ଆସନରେ ଶାସକ ଦଳ ଆପ୍ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଛି । ବିଜେପି କୌଣସି ଆସନରେ ଖାତା ଖୋଲିନପାରି କ୍ଲିନ୍ ବୋଲ୍ଡ ହୋଇଛି । ବିଜେପି ପାଖରେ ଶାଳିମାର ବାଗ (ଉତ୍ତର) ଆସନ ଥିଲା । ଏବେ ଉପନିର୍ବାଚନରେ ଏହି ଆସନ ଆମ୍ ଆଦମୀ ପାର୍ଟି ଦଖଲକୁ ଯାଇଛି । ୨୦୨୨ରେ ସମସ୍ତ ୨୭୨ ଏମସିଡି ୱାର୍ଡରେ ନିର୍ବାଚନ ହେବା ପୂର୍ବରୁ ଏହି ଉପନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଉଥିଲା । ଆସନ୍ତାବର୍ଷ ହେବାକୁ ଥିବା ଏମସିଡି ନିର୍ବାଚନ ପୂର୍ବରୁ ଏହି ଫଳାଫଳ ବିଜେପି ପାଇଁ ବଡ ସଙ୍କେତ ବୋଲି କୁହାଯାଉଛି । ୫ ଆସନରୁ ୪ ଆସନରେ ଆପ୍ ବିଜୟୀ ହେବାପରେ ଦଳୀୟକର୍ମୀ ଖୁସି ମନାଇଛନ୍ତି । କେଜ୍ରିୱାଲ ସରକାରର କାମ ଦେଖି ଲୋକେ ଭୋଟ୍ ଦେଇଛନ୍ତି । ଦୀର୍ଘ ୧୫ ବର୍ଷ ଧରି ବିଜେପି ଏମସିଡିକୁ ନିଜ କବଜାରେ ରଖିଛି । କୌଣସି ବିକାଶମୂଳକ କାମ ବିଜେପି କରୁନାହିଁ । ତେଣୁ ଲୋକମାନେ ଆପ୍ ମୁହାଁ ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।

ଦିଲ୍ଲୀର ଶାଲିମାର ବାଗ (ଉତ୍ତର), ରୋହିଣୀ-ସି, ତ୍ରିଲୋକପୁରୁ, କଲ୍ୟାଣପୁରୀରେ ଆମ୍ ଆଦମୀ ପାର୍ଟି ବିଜୟୀ ହୋଇଛି । ଚୌହ୍ୱାନ ବାଙ୍ଗର ବୋର୍ଡରେ କଂଗ୍ରେସ ପ୍ରର୍ଥୀ ବିଜୟୀ ହୋଇଛି । ଏହି ଉପର୍ନିବାଚନରେ ତିନି ଦଳ ଜୋରଦାର ପ୍ରଚାର କରିଥିଲେ। ଫେବୃଆରୀ ୨୮ ରେ ଭୋଟିଂ ହୋଇଥିଲା । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀବାସୀ ପୁଣିଥରେ କାମକୁ ଦେଖି ଭୋଟ୍ ଦେଇଛନ୍ତି । ସମସ୍ତଙ୍କୁ ଏଥିପାଇଁ ଅଭିନନ୍ଦନ । ଏମସିଡିର ୧୫ ବର୍ଷର ବିଜେପି କ୍ଷମତାରେ ଥିବାରୁ ଲୋକେ ଅସୁବିଧାରେ ପଡିଛନ୍ତି । ଏହି ଉପନିର୍ବାଚନରେ ମୋଟ ଭୋଟ୍ ୫୦.୮୬ ପ୍ରତିଶତ ଥିଲା । କଲ୍ୟାଣପୁରୀର ସର୍ବାଧିକ ମତଦାନ ୫୯.୧୯ ପ୍ରତିଶତ ଥିବାବେଳେ ଶାଲିମର ବାଗରେ ସର୍ବନିମ୍ନ ୪୩.୨୩ ପ୍ରତିଶତ ମତଦାନ ହୋଇଥିଲା । ଏଥିସହ ରୋହିନୀରେ ୪୪.୫୮ ପ୍ରତିଶତ ଭୋଟ୍, ତ୍ରିଲୋକପୁରୀରେ ୫୫.୯୫, ଚୌହାନ ବଙ୍ଗରରେ ୫୫.୬୦ ପ୍ରତିଶତ ମତଦାନ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’