Masthead

ରୋଡ-ଶୋ‘ ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ):  ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼ । ରୋଡ ଶୋ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ ହୋଇଥିବା ଖବର ଆସିଛି। ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି। ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ଼ ହୋଇଛି। ପଥର ବାଜି ଜଗନଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଥିବା ଗାଡି ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବସ ଯାତ୍ରାରେ ବିଜୟୱାଡା ଦେଇ ଯାଉଥିବା ବେଳେ ବାଟରେ ଦଳୀୟ କର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କେହି ପଥରମାଡ଼ କରିଥିଲା । ସିଂହନଗର ବିବେକାନନ୍ଦ ସ୍କୁଲ ନିକଟରେ କେହି ଜଣେ ଅଜଣାବ୍ୟକ୍ତି ଏହି ପଥର ମାଡ଼ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାମ ଆଖି ଏବଂ ମୁଣ୍ଡରେ ଆଘାତ ଲାଗିଛି ।ଏହା ସହ ମୁଖ୍ୟମନ୍ତ୍ରୀ ଜଗନଙ୍କ ପାଖରେ ଠିଆ ହୋଇଥିବା ବିଧାୟକ ଭେଲାମପାଲ୍ଲୀଙ୍କ ବାମ ଆଖିରେ ଆଘାତ ଲାଗିଛି। ଡାକ୍ତରମାନେ ତୁରନ୍ତ ବସ୍‌ରେ ଜଗନଙ୍କୁ ପ୍ରଥମେ ସହାୟତା କରିଥିଲେ। ପ୍ରଥମ ଚିକିତ୍ସା ପରେ ଜଗନ୍ ତାଙ୍କ ବସ୍ ଯାତ୍ରା ଜାରି ରଖିଥିଲେ। ଏହି ଘଟଣା ପରେ ୱାୟୀଏସଆରସିପି କର୍ମୀ ଟିଡିପି ଉପରେ ଏହି ପଥର ମାଡ଼ ଅଭିଯୋଗ ଲଗାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ