Masthead

ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଶପଥ ଗ୍ରହଣ ସମାରୋହ। ଶପଥ ପୂର୍ବରୁ ଗତକାଲି ବିଜୟୱାଡ଼ାରେ ପହଞ୍ଚି ଚନ୍ଦ୍ରବାବୁଙ୍କୁ ଭେଟିଛନ୍ତି ଶାହ ଓ ନଡ୍ଡା। ନାଇଡୁଙ୍କ ସହ ମନ୍ତ୍ରିମଣ୍ଡଳ ଆଜି ଶପଥ ନେବ। ସେପଟେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସକାଳ ୧୧ଟା ୨୭ରେ ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ ସମାରୋହ ରହିଛି। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ୟ୍ୟକାଳ ହେବ। ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ ବସିଥିଲା। ଏହି ବୈଠକରେ ସହଯୋଗୀ ଦଳ ଜେଡିୟୁ, ଓ ଜନସେନାର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ।

ସର୍ବସମ୍ମତି କ୍ରମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଦଳର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି। ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ୟ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା । ଆନ୍ଧ୍ରପ୍ରଦେଶର ବିଭାଜନ ପରେ ନାଇଡୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।ସେ ୨୦୧୪ରେ ବିଭାଜିତ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୨୦୧୯ରେ ତାଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା।୨୦୧୯ରେ ନିର୍ବାଚନ ହାରିବା ପରେ ୨୦୧୪ ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ରହିଥିଲେ। ୨୦୨୪ ନିର୍ବାଚନରେ ଏକ ବଡ଼ ବିଜୟ ପରେ ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଟିଡିପି, ଭାଜପା ଏବଂ ଜନସେନାଙ୍କୁ ନେଇ ଗଠିତ ଏନଡିଏ ଲୋକ ସଭାରେ ୨୧ଟି ଏବଂ ବିଧାନସଭାରେ ୧୬୪ଟି ଆସନ ଜିତିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି