Masthead

ତହସିଲଦାରଙ୍କ ଦବଙ୍ଗଗିରି

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ପ୍ରଶାସନ କାହା ପାଇଁ? ଲୋକଙ୍କ ସେବା ପାଇଁ ନା ଲୋକଙ୍କୁ ହଇରାଣ ହରକତ କରିବା ପାଇଁ ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କିମାରୁଛି । ଦେଶ ସ୍ୱାଧୀନତାକୁ ୭୪ ବର୍ଷ ବିତିଲାଣି । କିନ୍ତୁ ଇଂରେଜ ଶାସନ କାଳର ମାନସିକତା ଦେଶରେ ଏଯାଏ ଯାଇନାହିଁ । ପ୍ରଶାସନିକ ଅଧିକରୀମାନେ ନିଜକୁ ଲୋକଙ୍କ ଶାସନକର୍ତ୍ତା ମନେକରୁଛନ୍ତି । ‘ଲୋକଙ୍କ ସେବା ପାଇଁ ପ୍ରଶାସନ’ ବୋଧହୁଏ ଏ କଥା ସରକାରୀ ବାବୁମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ବାବୁମାନଙ୍କ ବ୍ୟବହାରରୁ ଜଣାପଡ଼ୁଛି, ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଆନ୍ତରିକତା କେତେ ।

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଲେଜ ଛକ ନିକଟରେ ଚାଷୀଙ୍କୁ କାନଧରି ଉଠବସ କରିଛନ୍ତି ତହସିଲଦାର । ମାସ୍କ ଚେକିଂ ବେଳେ ଧାନବିଲରୁ ଫେରୁଥିବା ୨ ଚାଷୀଙ୍କୁ ଫାଇନ ବଦଳରେ ଉଠବସ କରାଇଛନ୍ତି ତହସିଲଦାର । ଏଭଳି ସମ୍ବେଦନଶୀଘ ଘଟଣା ସିସିଟିଭିରେ କଏଦ ହୋଇଛି । ୨ ଚାଷୀଙ୍କ ଉପରେ ଏହା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଦବଙ୍ଗଗିରି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଶନିବାର ତହସିଲଦାର ସାହୁ ସ୍ଥାନୀୟ କଲେଜଛକ ନିକଟରେ ସାମୂହ ମାସ୍କ ଚେକିଂ କରୁଥିଲେ । ସେହି ସମୟରେ ପାଣ୍ଡୁରିପଥର ଗାଁର ଚାଷୀ ମାଗୁଣି ସାହୁ ଓ ସୁଶାନ୍ତ ରଣା ମାସ୍କ ଭଲ ଭାବରେ ନ ପିନ୍ଧି ବିଲରୁ ଘରକୁ ଫେରୁଥିଲେ । ହେଲେ ଜୋରିମାନା ବଦଳରେ ଚାଷୀଙ୍କୁ ଉଠବସ କରାଯାଇଥିବା ସିସିଟିଭିରେ କଏଦ ହୋଇଛି । ଚାଷୀଦ୍ୱୟ ତହସିଲଦାରଙ୍କୁ କାକୁତିମିନତି ହୋଇଥିଲେ ସୁଦ୍ଧା ତହସିଲଦାର କିଛି ଶୁଣି ନ ଥିବା ଚାଷୀ କହିଛନ୍ତି ।

 

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର । ବିନା ମାସ୍କରେ ମଦ୍ୟପାନ କରି ସେମାନେ ଗାଡ଼ି ଚାଳନା କରୁଥିଲେ । ଫାଇନ କାଟିବାକୁ କହିବାରୁ ସମ୍ପୃକ୍ତ ୨ ବ୍ୟକ୍ତି ନିଜଆଡୁ ଭୁଲ ହୋଇଛି କହି ଉଠବସ ହୋଇଥିଲେ ବୋଲି ତହସିଲଦାର ସାହୁ କହିଛନ୍ତି । ଘଟଣାସ୍ଥଳରେ କିଶୋରନଗର ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି । ଅନ୍ୟପଟେ ତହସିଲଦାରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଚାଷୀ ମାଗୁଣି ସାହୁ । ଏହାର ଉପଯୁକ୍ତ ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ