Masthead

ତହସିଲଦାରଙ୍କ ଦବଙ୍ଗଗିରି

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ପ୍ରଶାସନ କାହା ପାଇଁ? ଲୋକଙ୍କ ସେବା ପାଇଁ ନା ଲୋକଙ୍କୁ ହଇରାଣ ହରକତ କରିବା ପାଇଁ ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କିମାରୁଛି । ଦେଶ ସ୍ୱାଧୀନତାକୁ ୭୪ ବର୍ଷ ବିତିଲାଣି । କିନ୍ତୁ ଇଂରେଜ ଶାସନ କାଳର ମାନସିକତା ଦେଶରେ ଏଯାଏ ଯାଇନାହିଁ । ପ୍ରଶାସନିକ ଅଧିକରୀମାନେ ନିଜକୁ ଲୋକଙ୍କ ଶାସନକର୍ତ୍ତା ମନେକରୁଛନ୍ତି । ‘ଲୋକଙ୍କ ସେବା ପାଇଁ ପ୍ରଶାସନ’ ବୋଧହୁଏ ଏ କଥା ସରକାରୀ ବାବୁମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ବାବୁମାନଙ୍କ ବ୍ୟବହାରରୁ ଜଣାପଡ଼ୁଛି, ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଆନ୍ତରିକତା କେତେ ।

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଲେଜ ଛକ ନିକଟରେ ଚାଷୀଙ୍କୁ କାନଧରି ଉଠବସ କରିଛନ୍ତି ତହସିଲଦାର । ମାସ୍କ ଚେକିଂ ବେଳେ ଧାନବିଲରୁ ଫେରୁଥିବା ୨ ଚାଷୀଙ୍କୁ ଫାଇନ ବଦଳରେ ଉଠବସ କରାଇଛନ୍ତି ତହସିଲଦାର । ଏଭଳି ସମ୍ବେଦନଶୀଘ ଘଟଣା ସିସିଟିଭିରେ କଏଦ ହୋଇଛି । ୨ ଚାଷୀଙ୍କ ଉପରେ ଏହା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଦବଙ୍ଗଗିରି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଶନିବାର ତହସିଲଦାର ସାହୁ ସ୍ଥାନୀୟ କଲେଜଛକ ନିକଟରେ ସାମୂହ ମାସ୍କ ଚେକିଂ କରୁଥିଲେ । ସେହି ସମୟରେ ପାଣ୍ଡୁରିପଥର ଗାଁର ଚାଷୀ ମାଗୁଣି ସାହୁ ଓ ସୁଶାନ୍ତ ରଣା ମାସ୍କ ଭଲ ଭାବରେ ନ ପିନ୍ଧି ବିଲରୁ ଘରକୁ ଫେରୁଥିଲେ । ହେଲେ ଜୋରିମାନା ବଦଳରେ ଚାଷୀଙ୍କୁ ଉଠବସ କରାଯାଇଥିବା ସିସିଟିଭିରେ କଏଦ ହୋଇଛି । ଚାଷୀଦ୍ୱୟ ତହସିଲଦାରଙ୍କୁ କାକୁତିମିନତି ହୋଇଥିଲେ ସୁଦ୍ଧା ତହସିଲଦାର କିଛି ଶୁଣି ନ ଥିବା ଚାଷୀ କହିଛନ୍ତି ।

 

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର । ବିନା ମାସ୍କରେ ମଦ୍ୟପାନ କରି ସେମାନେ ଗାଡ଼ି ଚାଳନା କରୁଥିଲେ । ଫାଇନ କାଟିବାକୁ କହିବାରୁ ସମ୍ପୃକ୍ତ ୨ ବ୍ୟକ୍ତି ନିଜଆଡୁ ଭୁଲ ହୋଇଛି କହି ଉଠବସ ହୋଇଥିଲେ ବୋଲି ତହସିଲଦାର ସାହୁ କହିଛନ୍ତି । ଘଟଣାସ୍ଥଳରେ କିଶୋରନଗର ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି । ଅନ୍ୟପଟେ ତହସିଲଦାରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଚାଷୀ ମାଗୁଣି ସାହୁ । ଏହାର ଉପଯୁକ୍ତ ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି