Masthead

ବିକାଶରେ ବାଧକ ସୁବର୍ଣ୍ଣରେଖା ନଦୀ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ୭୪ବର୍ଷ ପରେବି ପହଞ୍ଚି ପାରିନି ବିକାଶ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ୭ପଞ୍ଚାୟତ ଅନ୍ତର୍ଗତ ୭୦ଗାଁର ବିକାଶରେ ବାଧକ ସାଜିଛି ସୁବର୍ଣ୍ଣରେଖା ନଦୀ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଏହି ଅଞ୍ଚଳକୁ ଯିବାକୁ ହେଲେ ଏକମାତ୍ର ଭରସା କାଠ ଡଙ୍ଗା । ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର, ଖୁଦିଆମାଝୀ ସାହି, ମାଙ୍କିଡ଼ିଆ, ଓଲମରା, ସର୍ଦ୍ଦାରବନ୍ଦ, କାଳିକା, ଶ୍ୟାମନଗର ଆଦି ପଞ୍ଚାୟତକୁ ଯିବାକୁ ପ୍ରତିଦିନ ପ୍ରହରାଜପୁର-ଗୋବରଘାଟ ନୌକାଘାଟରେ ଲାଗେ ଲୋକଙ୍କ ଭିଡ଼ । ଦୈନିନ୍ଦିନ ବଜାରଠାରୁ ଆରମ୍ଭ କରି ବ୍ଲକ ଅଫିସ, ସରକାରୀ ଅଫିସ, ସ୍କୁଲ କଲେଜ ଯିବାକୁ ହେଲେ ୭୦ଗାଁର ଲୋକେ ଡଙ୍ଗା ଉପରେ ନିର୍ଭର କରନ୍ତି । ୭୦ ଗାଁର ଲକ୍ଷାଧିକ ଲୋକଙ୍କ ଏକମାତ୍ର ଭରସା ହେଉଛି ଡଙ୍ଗା ।


ଖରାଦିନ ଯେନତେନ କଟି ଯାଉଥିବା ବେଳେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢ଼ିବା ପରେ ଅଞ୍ଚଳବାସୀଙ୍କ ଦୁଃଖ ବଢ଼େ । ବର୍ଷା ସମୟଯାକ ସ୍କୁଲ କଲେଜଠାରୁ ଅରମ୍ଭ କରି ଡାକ୍ତରଖାନା ଯିବା ସବୁ ବନ୍ଦ । ଗାଁ ମୁଣ୍ଡକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ୩୦ କିଲୋମିଟର ଦୂର ବୁଲି ଯିବାକୁ ପଡୁଛି । ପୋଲଟିଏ ପାଇଁ ଗୁହାରି କରି କରି ଥକି ଗଲେଣି ଅଞ୍ଚଳବାସୀ । ନିର୍ବାଚନ ଆସିଲେ ନେତା ଆସୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନ ପରେ ଏମାନଙ୍କ କଥା ଯେମିତି ଆଉ ନେତାଙ୍କ ମନେରହୁ ନ ଥିବା ଭଳି ମନେହେଉଛି । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଏମାନଙ୍କ କଥା ଶୁଣୁଛନ୍ତି, କେବେ ଦୂର ହେଉଛି ଏମାନଙ୍କ ଦୁଃଖ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ