Masthead

ସାସାରାମରେ ପୁଣି ବୋମା ବିସ୍ଫୋରଣ

ବିହାର  (ବଡ଼ ଖବର ବ୍ୟୁରୋ): ହିଂସାର ନିଆଁରେ ଜଳୁଛି ବିହାର । ରାମ ନବମୀ ଦିନରେ ହୋଇଥିବା ହିଂସା ପରେ ଅନେକ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହିଂସା ଘଟଣାରେ ସାସାରାମରେ ଏକ ବୋମା ବିସ୍ଫୋରଣ ଘଟଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ । ଏବେ ସେଠାରେ ପୁଣିଥରେ ସୋମବାର ସକାଳ ପ୍ରାୟ ୪ଟାରେ ଏକ ଘରେ ଅଚାନକ ବିସ୍ଫୋରଣ ହୋଇଛି। ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ଘଟଣା ପରେ ଡିଏମ ଓ ଏସପି ସେମାନଙ୍କ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି।

ଏହି ଘଟଣା ସାସାରାମ ନଗର ଥାନା ଅଞ୍ଚଳରେ ଥିବା ମୋଚି ଟୋଲାର ଏକ ଘରେ ହୋଇଛି। ଏଠାରେ ହଠାତ୍‌ ଏକ ଘରେ ବୋମା ବିସ୍ଫୋରଣ ହେବାରୁ ସମ୍ପୂର୍ଣ୍ଣ ଘରଟି ଦୋହଲି ଯାଇଥିଲା। ଖବର ପାଇ ତୁରନ୍ତ ଡିଏମ ଓ ଏସପି ଘଟଣା ସ୍ଥଳରେ ପହଞ୍ଚିବା ସହ ଦଙ୍ଗା ନିରୋଧ ଦଳ ଓ ଏସଏସବି ଦ୍ୱାରା ଫ୍ଲାଗ ମାର୍ଚ୍ଚ କରାଯାଉଛି। କୁହାଯାଉଛି କି କେତେଜଣ ଅସାମାଜିକ ବ୍ୟକ୍ତି ଘର ନିକଟରେ ଏହି ବିସ୍ଫୋରଣ କରିଛନ୍ତି। ତେବେ ଘରର ବାହାର କାନ୍ଥରେ ଏହି ବୋମାକୁ ପକାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ