Masthead

ପିଡିଏସ ଚାଉଳରେ ମହାଘୋଟାଲା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସହ ଖେଳ । ପିଡିଏସ ଚାଉଳ ବଦଳରେ ଖାଉଛନ୍ତି ବିଷ । ପିଡିଏସ ଚାଉଳରେ ମହାଘୋଟାଲା । ୧ ବସ୍ତା ଚାଉଳରୁ ବାହାରୁଛି ୧ କେଜି ପ୍ଲାଷ୍ଟିକ ଚାଉଳ । ଅସଲି ଚାଉଳ ବଦଳରେ ମିଳୁଛି ନକଲି ଚାଉଳ । ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ପାଇଁ ମାଗଣା ପିଡିଏସ ଚାଉଳ ବାଣ୍ଟୁଥିବା ବେଳେ ଚାଉଳରେ ମିଶୁଛି ପ୍ଲାଷ୍ଟିକ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଂଚାୟତ ବାଲିପଦା ଗ୍ରାମରେ ।

୩ ମାସ ପାଇଁ ହିତାଧିକାରୀଙ୍କୁ ମିଳୁଥିବା ପିଡିଏସ ଚାଉଳ ସେଥିରେ ପ୍ଲାଷ୍ଟିକ ଚାଉଳ ବାହାରୁଥିବାରୁ ଦେଖିବାକୁ ମିଳିଛି । ହିତାଧିକାରୀଙ୍କ କହିବା ମୁତାବିକ ରୋଷେଇ କରିବା ପାଇଁ ପାଣିରେ ଚାଉଳପକାଇଲେ ଏହା ଭାସୁଥିବାର ଦେଖିବାକୁ ମିଳୁଛି । ଏବଂ ନିଆଁରେ ପୋଡିଲେ ସମ୍ଫୂର୍ଣ୍ଣ ଜଳି ଯାଇ ପ୍ଲାଷ୍ଟିକର ଗନ୍ଧ ବାହାରୁଛି । ପ୍ରତେକ ଚାଉଳ ବସ୍ତାରେ ୧କେଜିରୁ ଅଧିକ ପ୍ଲାଷ୍ଟିକ ଚାଉଳ ବାହାରୁ ଥିବା କହିଛନ୍ତି ହିତାଧିକାରୀ। ଚାଉଳ ବସ୍ତାରେ ଲେଖାଥିବା ଅନୁଯାୟୀ ଏହି ଚାଉଳ ଚାନ୍ଦବାଲି ହନୁମାନ ରାଇସମିଲରୁ ଆସୁଛି । ହିତାଧିକାରୀଙ୍କ କହିବା ମୁତାବିକ ତଦନ୍ତ କରାଯିବା ନିହାତି ଆବଶ୍ୟକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ