Masthead

ମୁହଁ ଖୋଲିଲେ ଜାଗ୍ରତି ଶୁକ୍ଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଳାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ଦେଖିବାକୁ ମିଳେ । ତେବେ ଏ ନେଇ ଆଜି ନିଜେ ଜାଗ୍ରତି କିଛି କଥା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଜାଗ୍ରତି କହିଛନ୍ତି, ତାଙ୍କ ବୃତ୍ତି ଆଧାରରେ ତାଙ୍କୁ ଅନେକ ସମୟରେ ସାଂସଦ ଅନୁଭବଙ୍କ ସହ କଥା ହେବାକୁ ହୁଏ । ଅନୁଭବ ତାଙ୍କ ଭଲ ବନ୍ଧୁ । ଅନୁଭବ ଓ ବର୍ଷାଙ୍କ ବୈବାହିକ ସଂପର୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ ବୋଲି ସେ କହିଛନ୍ତି ।

ତେବେ ଏ ବିଷୟରେ ତାଙ୍କୁ ପବ୍ଲିକରେ ମୁହଁ ଖୋଲିବାକୁ ହେଲା । ତାହାର କାରଣ ଭାବେ ସେ କହିଛନ୍ତି, ଗତ କିଛି ଦିନ ଧରି ବର୍ଷା-ଅନୁଭବ ପ୍ରସଙ୍ଗରେ ତାଙ୍କୁ ଅନେକ ଖରାପ କଥା ଶୁଣିବାକୁ ପଡୁଛି । ସେ ଟ୍ରୋଲର ଶିକାର ହେଉଛନ୍ତି । ଜାଗ୍ରତି ଏହା ଅଭିଯୋଗରେ ବର୍ଷାଙ୍କୁ ଟାଣିବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି, ଏଭଳି କରୁଥିବା ଅଧିକାଂଶ ଲୋକେ ବର୍ଷାଙ୍କ ଫ୍ୟାନ୍ ବୋଲି ସେ ସନ୍ଦେହ କରୁଛନ୍ତି । ଜଣେ ମହିଳାଙ୍କୁ ସମର୍ଥନ କରିବାକୁ ଯାଇ କିଭଳି ଆଉ ଜଣେ ମହିଳାଙ୍କୁ ଅପମାନ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ଘଟଣା ସୀମା ଟପିଛି, ସେ ଆଉ ତାଙ୍କ ପରିବାର ଡିଷ୍ଟର୍ବ ହେଉଥିବା ସେ ଲେଖିଛନ୍ତି । ଏଭଳି ଘଟଣାରେ ସେ ଲିଗାଲ୍ ଆକ୍ସନର ଚେତାବନୀ ଦେଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମଓ ଓଡିଶା, ଜାତୀୟ ମହିଳା ଆୟୋଗଙ୍କୁ ଟ୍ୟାଗ କରି ନ୍ୟାୟ ଲାଗି ପ୍ରାର୍ଥନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା