Masthead

ମୁହଁ ଖୋଲିଲେ ଜାଗ୍ରତି ଶୁକ୍ଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଳାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ଦେଖିବାକୁ ମିଳେ । ତେବେ ଏ ନେଇ ଆଜି ନିଜେ ଜାଗ୍ରତି କିଛି କଥା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଜାଗ୍ରତି କହିଛନ୍ତି, ତାଙ୍କ ବୃତ୍ତି ଆଧାରରେ ତାଙ୍କୁ ଅନେକ ସମୟରେ ସାଂସଦ ଅନୁଭବଙ୍କ ସହ କଥା ହେବାକୁ ହୁଏ । ଅନୁଭବ ତାଙ୍କ ଭଲ ବନ୍ଧୁ । ଅନୁଭବ ଓ ବର୍ଷାଙ୍କ ବୈବାହିକ ସଂପର୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ ବୋଲି ସେ କହିଛନ୍ତି ।

ତେବେ ଏ ବିଷୟରେ ତାଙ୍କୁ ପବ୍ଲିକରେ ମୁହଁ ଖୋଲିବାକୁ ହେଲା । ତାହାର କାରଣ ଭାବେ ସେ କହିଛନ୍ତି, ଗତ କିଛି ଦିନ ଧରି ବର୍ଷା-ଅନୁଭବ ପ୍ରସଙ୍ଗରେ ତାଙ୍କୁ ଅନେକ ଖରାପ କଥା ଶୁଣିବାକୁ ପଡୁଛି । ସେ ଟ୍ରୋଲର ଶିକାର ହେଉଛନ୍ତି । ଜାଗ୍ରତି ଏହା ଅଭିଯୋଗରେ ବର୍ଷାଙ୍କୁ ଟାଣିବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି, ଏଭଳି କରୁଥିବା ଅଧିକାଂଶ ଲୋକେ ବର୍ଷାଙ୍କ ଫ୍ୟାନ୍ ବୋଲି ସେ ସନ୍ଦେହ କରୁଛନ୍ତି । ଜଣେ ମହିଳାଙ୍କୁ ସମର୍ଥନ କରିବାକୁ ଯାଇ କିଭଳି ଆଉ ଜଣେ ମହିଳାଙ୍କୁ ଅପମାନ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ଘଟଣା ସୀମା ଟପିଛି, ସେ ଆଉ ତାଙ୍କ ପରିବାର ଡିଷ୍ଟର୍ବ ହେଉଥିବା ସେ ଲେଖିଛନ୍ତି । ଏଭଳି ଘଟଣାରେ ସେ ଲିଗାଲ୍ ଆକ୍ସନର ଚେତାବନୀ ଦେଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମଓ ଓଡିଶା, ଜାତୀୟ ମହିଳା ଆୟୋଗଙ୍କୁ ଟ୍ୟାଗ କରି ନ୍ୟାୟ ଲାଗି ପ୍ରାର୍ଥନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ