ଏଣିକି ମମତା ଯୋଜନା ହିତାଧିକାରୀଙ୍କୁ ୧୦,୦୦୦

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ) ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଠ କରିବାପାଇଁ ଚାହୁଁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ଦିନ କୌଣସି ନା କୌଣସି ଯୋଜନାର ଲାଭାର୍ଥୀଙ୍କ ପାଇଁ ଆଣୁଛନ୍ତି ଖୁସି ଖବର। ସେହିପରି ଆଜି ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ର ସହାୟତା ରାଶି ଏଣିକି ୫ହଜାର ବଦଳରେ ୧୦ହଜାର ଟଙ୍କା ମିଳିବ ।

୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏବେ ଗର୍ଭବତୀ ମହିଳାମାନଙ୍କୁ ମମତା ଯୋଜନାରେ ୨ଟି କିସ୍ତିରେ ୫ହଜାର ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଗର୍ଭବତୀ ମହିଳାମାନେ ଏଣିକ ପ୍ରଥମ କିସ୍ତିରେ ୬ହଜାର ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୪ହଜାର ଟଙ୍କା ଏଭଳି ମୋଟ ୧୦ହଜାର ଟଙ୍କା ସହାୟତା ପାଇବେ ।

୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବକେୟା ରାଶି ହିତାଧିକାରୀଙ୍କୁ ମିଳିବ । ସେହିପରି ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ । ସେମାନଙ୍କ ପାଇଁ ଦୁଇଟି ସନ୍ତାନର ନିୟମକୁ ସରକାର କୋହଳ କରିଥିବା ସୂଚନା ମିଳିଛି ।

ରାଜ୍ୟ ସରକାର ୨୦୧୧ ମସିହାରେ ନିଜସ୍ୱ ପାଣ୍ଠିରୁ ଏହି ମମତା ଯୋଜନା ଆରମ୍ଭ କରିଥିଲେ । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ପୁଷ୍ଟିହୀନତା ଦୂର କରିବାରେ ଏହି ଯୋଜନା ସହାୟକ ହେଉଛି ବୋଲି ରାଜ୍ୟ ସରକାର ଦାବି କରନ୍ତି । ମମତା ଯୋଜନାରେ ୧୯ବର୍ଷ ବୟସରୁ ସମସ୍ତ ଗର୍ଭବତୀ ମହିଳାଙ୍କୁ ଦୁଇଟି ଜୀବିତ ସନ୍ତାନ ପାଇଁ ଏହି ସହାୟତା ଦିଆଯାଇଥାଏ । ଏହି ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥାଏ । ତେବେ ନିର୍ବାଚନକୁ ଆଖିରେ ରଖି ମହିଳା ଭୋଟରଙ୍କୁ ଖୁସି କରିବା ପାଇଁ ସରକାର ମମତା ଯୋଜନାର ସହାୟତା ରାଶି ଦୁଇଗୁଣ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!