Masthead

ପୁଣି ପଡ଼ିଆକୁ ଫେରିବେ ଯୁବି

ପଞ୍ଜାବ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ପଡ଼ିଆକୁ ଫେରିବେ ଯୁବରାଜ ସିଂ । ନିଜେ ଯୁବରାଜ ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖିଛନ୍ତି । ତେବେ ସେ କେବଳ ପଞ୍ଜାବ ପାଇଁ ଘରୋଇ କ୍ରିକେଟ ଖେଳିବେ ବୋଲି ଜଣାପଡ଼ିଛି । ଏ ନେଇ ପଞ୍ଜାବ କ୍ରିକେଟ ଆସୋସିଏସନ ପକ୍ଷରୁ ଯୁବରାଜଙ୍କୁ ଅନୁରୋଧ କରାଯାଇଥିଲା । ଉଭୟ ଖେଳାଳି ଓ ମେଣ୍ଟର ଭାବେ ସେ ଦଳ ସହ ରୁହନ୍ତୁ ବୋଲି ଆସୋସିଏସନର ସଂପାଦକ ପୁନୀତ ବାଲି ଅନୁରୋଧ କରିଥିଲେ । ଯୁବି ମଧ୍ୟ ଦଳ ସହ ଅଭ୍ୟାସ ଶିବିରରେ ଯୋଗ ଦେଇ ଲୟ ଫେରିପାଇବାକୁ ଚେଷ୍ଟା ଚଳାଇଛନ୍ତି । ଅବସର ନେଇ ସାରିଥିଲେ ବି ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ଅନୁମତି ମିଳୁ ବୋଲି ସେ ବିସିସିଆଇ ସଭାପତିଙ୍କୁ ପତ୍ରରେ ନିବେଦନ କରିଛନ୍ତି । ଯଦି ବିସିସିଆଇର ଅନୁମତି ମିଳେ ତେବେ ପୁଣି ଥରେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟ ପାଇଁ ଅତୁଳନୀୟ ଅବଦାନ ରଖିଥିଲେ ବି ଯୁବରାଜ ସିଂଙ୍କୁ ପଡ଼ିଆ ବାହାରୁ ହିଁ ଅବସର ନେବାକୁ ହୋଇଥିଲା । କ୍ୟାନ୍ସର ଉପରେ ବିଜୟ ପରେ ପୁଣି କ୍ରିକେଟକୁ ଫେରିଥିଲେ ବି ସେ ଦଳରେ ସ୍ଥାନ ପକ୍କା କରିପାରି ନ ଥିଲେ । ଯୁବିଙ୍କ ଳି ମହାନ କ୍ରିକେଟରଙ୍କୁ ଅବସର ପାଇଁ ଏକ ମ୍ୟାଚର ଆୟୋଜନ ହେବା ଉଚିତ ବୋଲି ତାଙ୍କ ଫ୍ୟାନ୍ ଦାବି କରି ଆସୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା