Masthead

ହାଜର ହେଲେନି ଅରବିନ୍ଦ, କହିଲେ ଇଡି ଫେରାଇ ନେଉ ସମନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମନ୍ ସତ୍ତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜି୍ରୱାଲଙ୍କୁ ସମନ କରିଥିଲା ଇଡି । ଗୁରୁବାର ତାଙ୍କୁ ସମନ ହେବାକୁ ନୋଟିସ ହୋଇଥିଲା । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ରାଜନୈତିକ ଉଦ୍ଦଶ୍ୟେ ରଖି ପଠାଇଥିବା ସମନ ଇଡି ଫେରାଇନେବା ଉଚିତ । ସେ ତାଙ୍କ ଜୀବନ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହ ବିତାଉଛନ୍ତି, ସେ କିଛି ଲଚୁାଇନାହାଁନ୍ତି ବୋଲି କହିଛନ୍ତି । ଗତ ୧୮ ତାରିଖରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଥିଲା । ସମନରେ କେଜରୀୱାଲଙ୍କୁ ଗୁରୁବାର ଇଡି କାର୍ୟ୍ୟାଳୟରେ ହାଜର ହେବାକୁ ଇଡି କହିଥିଲା । ଏହା ପୂର୍ବରୁ ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ