ଭୁଲ ମାନିଲେ କିଙ୍ଗ ଖାନଙ୍କ ପୁଅ ଆର୍ୟନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଭୁଲ ମାନିଲେ ଆର୍ୟନ । ନିଜ ଦୋଷକୁ ମାନିଛନ୍ତି ଆର୍ୟନ । ସେ କହିଛନ୍ତି ତାଙ୍କୁ ଅତିଥି ରୂପେ ଏହି ପାର୍ଟିକୁ ଡକାଯାଇଥିଲା। ସେ ଆହୁରି କହିଛନ୍ତି, ଏହି ପାର୍ଟିରେ ସାମିଲ ହେବା ପାଇଁ ସେ କୌଣସି ଟଙ୍କା ଦେଇନାହାନ୍ତି। ଅର୍ଗାନାଇଜର ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଏହି ପାର୍ଟିକୁ ଡାକିଥିବା ଆର୍ୟ୍ୟନ ଦାବି କରିଛନ୍ତି। ସେପଟେ ଏନ୍‌ସିବି ଆର୍ୟ୍ୟନ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ତାଙ୍କ ହ୍ୱାଟ୍‌ସ ଅପ୍‌ ଚ୍ୟାଟ୍‌କୁ ନେଇ ଖୋଲତାଡ କରୁଛି ।

ସେହିପରି ଅଟକ ଥିବା ଅନ୍ୟ ସମସ୍ତଙ୍କ ଫୋନ୍‌ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହି ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଛି। ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ଚଢ଼ାଉ କରି ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତା ଶକ୍ତି କପୁରଙ୍କ ପୁଅ ଥିବା ମଧ୍ୟ କୁହାଯାଉଛି।

ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ଏହି ରେଭ୍ ପାର୍ଟିରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଆସିଥିଲେ। ସେମାନେ ବଡ଼ ବଡ଼ ଉଦ୍ୟୋଗପତିଙ୍କ ଝିଅ ବୋଲି ଜଣାପଡ଼ିଛି। ଏମାନେ ଡ୍ରଗ୍ସ ନେଇଛନ୍ତି ନା’ ନାହିଁ ତାହା ଜାଣିବା ପାଇଁ ଏନ୍‌ସିବି ଏ ସମସ୍ତଙ୍କ ମେଡିକାଲ ଟେଷ୍ଟ କରିବ। ଚଢ଼ାଉ ବେଳେ ଏନ୍‌ସିବି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍‌, ୨୫ ଗ୍ରାମ୍‌ ଏମ୍‌ଡିଏମ୍‌ ଡ୍ରଗ୍ସର ଟାବଲେଟ୍‌ ଏବଂ ପ୍ରାୟ ୧୦ ଗ୍ରାମ୍‌ ଏମ୍‌ଡି ଡ୍ରଗ୍ସ ଜବତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ