Masthead

ଭୁଲ ମାନିଲେ କିଙ୍ଗ ଖାନଙ୍କ ପୁଅ ଆର୍ୟନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଭୁଲ ମାନିଲେ ଆର୍ୟନ । ନିଜ ଦୋଷକୁ ମାନିଛନ୍ତି ଆର୍ୟନ । ସେ କହିଛନ୍ତି ତାଙ୍କୁ ଅତିଥି ରୂପେ ଏହି ପାର୍ଟିକୁ ଡକାଯାଇଥିଲା। ସେ ଆହୁରି କହିଛନ୍ତି, ଏହି ପାର୍ଟିରେ ସାମିଲ ହେବା ପାଇଁ ସେ କୌଣସି ଟଙ୍କା ଦେଇନାହାନ୍ତି। ଅର୍ଗାନାଇଜର ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଏହି ପାର୍ଟିକୁ ଡାକିଥିବା ଆର୍ୟ୍ୟନ ଦାବି କରିଛନ୍ତି। ସେପଟେ ଏନ୍‌ସିବି ଆର୍ୟ୍ୟନ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ତାଙ୍କ ହ୍ୱାଟ୍‌ସ ଅପ୍‌ ଚ୍ୟାଟ୍‌କୁ ନେଇ ଖୋଲତାଡ କରୁଛି ।

ସେହିପରି ଅଟକ ଥିବା ଅନ୍ୟ ସମସ୍ତଙ୍କ ଫୋନ୍‌ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହି ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଛି। ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ଚଢ଼ାଉ କରି ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତା ଶକ୍ତି କପୁରଙ୍କ ପୁଅ ଥିବା ମଧ୍ୟ କୁହାଯାଉଛି।

ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ଏହି ରେଭ୍ ପାର୍ଟିରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଆସିଥିଲେ। ସେମାନେ ବଡ଼ ବଡ଼ ଉଦ୍ୟୋଗପତିଙ୍କ ଝିଅ ବୋଲି ଜଣାପଡ଼ିଛି। ଏମାନେ ଡ୍ରଗ୍ସ ନେଇଛନ୍ତି ନା’ ନାହିଁ ତାହା ଜାଣିବା ପାଇଁ ଏନ୍‌ସିବି ଏ ସମସ୍ତଙ୍କ ମେଡିକାଲ ଟେଷ୍ଟ କରିବ। ଚଢ଼ାଉ ବେଳେ ଏନ୍‌ସିବି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍‌, ୨୫ ଗ୍ରାମ୍‌ ଏମ୍‌ଡିଏମ୍‌ ଡ୍ରଗ୍ସର ଟାବଲେଟ୍‌ ଏବଂ ପ୍ରାୟ ୧୦ ଗ୍ରାମ୍‌ ଏମ୍‌ଡି ଡ୍ରଗ୍ସ ଜବତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା