Masthead

ଯୋଜନାରୁ ବଞ୍ଚିତ ଚାଷୀ

ଗଣିଆ, (ବଡ଼ ଖବର ବ୍ୟୁରୋ): କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୃଷିନୀତି ପ୍ରଣୟନ କରିବା ସହ ମାଳ ମାଳ ଯୋଜନା କରିବାରେ ଲାଗିଛନ୍ତି। ହେଲେ ଏହି ସବୁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ। ବ୍ଲକର କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ଏହି ସବୁ ଯୋଜନା ଆବଶ୍ୟକ ସମୟରେ ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ଚାଷୀ ଫସଲବୀମା କ୍ଷତିପୂରଣ ପାଇନାହାନ୍ତି। କ୍ଷତିପୂରଣ ପାଇବାକୁ ହେଲେ ହତଗୁଞ୍ଜା ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ମଙ୍ଗଳବାର ପୂର୍ବାହ୍ନରେ ଛାମୁଣ୍ଡିଆ ପଞ୍ଚାୟତର ଶତାଧିକ ଚାଷୀ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିବା ସହ କୃଷକସାଥୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ସହକାରୀ କୃଷି ଅଧିକରୀ ଆଶିଷ କୁମାର ମେହେରଙ୍କ ନିକଟରେ ଦାବି କରିଛନ୍ତି। ତେବେ ଗଣିଆ ବ୍ଲକରେ କୃଷକମାନଙ୍କ ପ୍ରତି ଏଭଳି ଚରମ ଅବହେଳା ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତାକୁ ସାଧାରଣରେ ତୀବ୍ର ନିନ୍ଦା କରାଯିବା ସହ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା