Masthead

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଛିବ ତ୍ରିପୁରା, ପ୍ରସ୍ତୁତି ଚୂଡାନ୍ତ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୧୬ରେ ହେବାକୁ ଯାଉଛି ତ୍ରିପୁରା ବିଧାନସଭା ନିର୍ବାଚନ । ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ କରିଛି ନିର୍ବାଚନ ଆୟୋଗ । ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ତ୍ରିପୁରା ବିଧାନସଭା ନିର୍ବାଚନରେ ୨୫୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୨୮ ଲକ୍ଷରୁ ଅଧିକ ଭୋଟର । ୨୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସୂଚନା ତେବେସ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଭୋଟ ଗ୍ରହଣ ପାଁଇ ନିୟଜିତ ଥିବା ସମସ୍ତ ଅଧିକାରୀ ବୁଥ ଗୁଡିକରେ ପହଂଚି ସାରିଛନ୍ତି। ସାରା ରାଜ୍ୟରେ ୩ ହଜାର ୩୨୮ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଓ ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ରର ଆୟୋଜନ କରାଯାଇଛି ।

ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଚଳିତ ବିଧାନସଭା ନିର୍ବାଚନରେ ହେଭିୱେଟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଡଃ ମାଣିକ ଶାହା, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୋମିକ, ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭାଟାଚାର୍ୟ୍ୟ, ଉପ-ମୁଖ୍ୟମନ୍ତ୍ରୀ ଜିସନୁ ଦେବବର୍ମନ, ବରିଷ୍ଠ ସିପିଆଇଏମ ନେତା ଜିତେନ୍ଦ୍ର ଚୌଧୁରୀ ଏବଂ ପବିତ୍ର କର, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ବିରଜିତ ସିହ୍ନା ଓ ପୂର୍ବତନ ମନ୍ତ୍ରୀ ସୂଦୀପ ରାୟ ବର୍ମନ ପ୍ରମୁଖ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତ୍ରିପୁରାର ସମସ୍ତ ୬୦ଟି ସିଟରେ ଆସନ୍ତା କାଲି ନିର୍ବାଚନ ହେବାକୁ ଥିବାବେଳେ ମାର୍ଚ୍ଚ ୨ରେ ପ୍ରକାଶ ପାଇବ ଫଳାଫଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ