Masthead

ବିଧାନସଭା ଅଧିବେଶନ: ଦ୍ୱିତୀୟ ପର୍ଯ୍ୟାୟର ଆଜି ତୃତୀୟ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭା ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନ । ଉଠିପାରେ ଜଙ୍ଗଲ ନିଆଁ ପ୍ରସଙ୍ଗ, ବିଧାୟକଙ୍କ ବିଷ ପିଇବା ପ୍ରସଙ୍ଗ । ଶନିବାର ଉଠିଥିବା ଧାନ ମଣ୍ଡି ପ୍ରସଙ୍ଗରେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ବିଷ ପିଇବା ଉଦ୍ୟମ କରିଥିଲେ । ଯାହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବିଧାୟକ କ୍ଷମା ମାଗନ୍ତୁ ବୋଲି ବାଚସ୍ପତି କହିଛନ୍ତି । ସେ କହିଛନ୍ତି ବିଜେପି ବିଧାୟକ ଦଳ ଏ ନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ । ବିଧାନସଭା ପୁର୍ବରୁ ଏମିତି କେବେ ହେଇନି । ବିରୋଧି ଦଳ ନେତା  ସୁର ରାଉତରାୟ ମଧ୍ୟ ବିଧାୟକ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି । ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହା କେବଳ ଓଡ଼ିଶା ବିଧାନସଭା କଥା ନୁହେଁ ସାରା ଭାରିବର୍ଷରେ ଏପରି ଘଟଣା ଆମେ ଶୁଣି ନାହୁଁ ।

ଏହା ଏକ ଅପରାଧିକ କାର୍ଯ୍ୟ । ଏହା ପାଇଁ ସେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ସେପଟେ ଜଙ୍ଗଲ ପ୍ରସଙ୍ଗରେ ମଧ୍ୟ ଆଜି ଆଲୋଚନା ହେବ । ଗତକାଲି ବିଜେପିର ଏକ ଟିମ ଶିମିଳିପାଳ ଗସ୍ତ କରି ଗ୍ରାଉଣ୍ଡ ଜିରୋରୁ ତଦାରଖ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ