Masthead

ଆଜିର ଦିନରେ ହୋଇଥିଲା ଆକ୍ରମଣ, ଖଲିସ୍ତାନୀ ଦେଇଥିଲେ ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ଭିତରେ ଅଜ୍ଞାତ ଯୁବକଙ୍କ ପ୍ରବେଶକୁ ନେଇ ସାରା ଦେଶରେ ହଇଚଇ । କିଏ ଏହି ଯୁବକମାନେ? କ’ଣ ଏମାନଙ୍କ ଉଦେ୍ଦଶ୍ୟ? ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ? କେଉଁ ପରିସ୍ଥିତିରେ ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦର ସୁରକ୍ଷା ଢିଲା ହେଲା । ତାହା ହେଲା ତାଠୁ ବି ବଡ଼ ପ୍ରଶ୍ନ । ଅଭେଦ୍ୟ ସୁରକ୍ଷା ବଳୟ ଭିତରେ ଥିବା ସଂସଦରେ ଏଭଳି ଅଭାବନିୟ କାଣ୍ଡ କିପରି ଘଟି ପାରିଲା ତାକୁ ନେଇ ଚାଲିଛି ତଦନ୍ତ । ତେବେ ଆଜିର ଘଟଣାକୁ ନେଇ ଆଉ ଏକ ଦିଗ ଆସୁଛି ଯାହା ଅତ୍ୟନ୍ତ ଚିନ୍ତାଜନକ । ଆଜିକୁ ଠିକ ୨୨ ବର୍ଷ ତଳେ ୨୦୦୧ ଡିସମ୍ବେର ୧୩ରେ ସଂସଦ ଉପରେ ହୋଇଥିଲା ଆକ୍ରମଣ । ସେଇ ସମାନ ତାରିଖରେ ଏଭଳି ଘଟଣା ଘଟିବା କେବଳ ସଂଯୋଗ ନା ଏହା ପଛରେ ରହିଛି ଷଡ଼ଯନ୍ତ୍ର ।

ଅନ୍ୟପକ୍ଷରେ ଖଲିସ୍ତାନୀ ସମର୍ଥକମାନେ ସଂସଦ ଭିତରେ ଡିସେମ୍ବର ୧୩ ରେ ସଂସଦ ଭିତରେ କାଣ୍ଡ ଘଟାଇବାକୁ ପୂର୍ବରୁ ଧମକ ଦେଇଥିଲେ । ଏହିମାନେ ଆଉ ଖଲିସ୍ତାନୀ ଲିଙ୍କରେ ନାହାନ୍ତି ତ? ସେ ଉପରେ ମଧ୍ୟ ଦିଲ୍ଲୀ ପୋଲିସ ତଦନ୍ତ କରୁଛି । ତଦନ୍ତ ଏ କଥାର ମଧ୍ୟ ହେଉଛି, ଏମାନଙ୍କୁ ଲୋକସଭା ଭିତରେ ପ୍ରବେଶ ପାଇଁ ଅନୁମତି ପତ୍ର ଦେବାକୁ କିଏ ସୁପାରିସ କରିଥିଲେ । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୋଧୁରୀ କହିଛନ୍ତି ।ସେହିଭଳି ସଂସଦ ଭିତରେ ସାଂସଦଙ୍କ ଉଦବେଗ ଦେଖି ବାଚସ୍ପତି ଓମ ବିର୍ଲା ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ଗମ୍ଭୀରତାର ସହ ଯାଂଚ କରାଯାଉଛି ବୋଲି ସେ କହିଛନ୍ତି । ବିଶେଷ କରି ଯେଉଁ ସ୍ମୋକ ବମ କଥା କୁହାଯାଉଛି ସେ ଉପରେ ମଧ୍ୟ ବାଚସ୍ପତି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସଂସଦର ସୁରକ୍ଷା ବ୍ୟବସ୍ତା କେତେ କଡା ତା ସମସ୍ତଙ୍କୁ ଜଣା । ନୂଆ ସଂସଦ ଭବନରେ ଏହି କଟକଣା ଆହୁରି ଶକ୍ତିଶାଳୀ କରାଯାଇଥିବା କୁହାଯାଉଛି । ତା ସତ୍ତ୍ୱେ ଏଭଳି ଅଭାବନୀୟ ଘଟଣା ଘଟିଲା । ଏଥିରେ କାହାର କୌଣସି କ୍ଷତି ଘଟିନଥିଲେ ମଧ୍ୟ ଏହା ସଂସଦର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି