Masthead

ଭାଗଚାଷୀଙ୍କ ଉପରେ ଆକ୍ରମଣ, ଧାନ କାଟି ନେବା ସହିତ ମାଡ଼ ମାରିଲେ ଜମି ମାଲିକଙ୍କ ୫ ଝିଅ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭାଗଚାଷୀଙ୍କ ଉପରେ ଆକ୍ରମଣ । ଭାଗଚାଷୀ ସୁସମା ମହିଳାଙ୍କୁ ଆକ୍ରମଣ କଲେ ଜମି ମାଲିକଙ୍କ ୫ ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଗ୍ରାମରେ । ଜମି ମାଲିକଙ୍କ ପରିବାରରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଘରୋଇ ବିବାଦ ଲାଗିରହିଥିବା ବେଳେ ଭାଗଚାଷ କରିଥିବା ଚାଷୀର ଧାନ ଜବରଦସ୍ତ କାଟି ଆଣିଛନ୍ତି ଜମି ମାଲିକଙ୍କ ୫ ଝିଅ । ଏହା ସହିତ ଭାଗଚାଷୀଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଜମି ମାଲିକ ସ୍ୱର୍ଗତଃ ବଟକୃଷ୍ଣ ପଣ୍ଡାଙ୍କ ପୁଅ ଝିଅଙ୍କ ମଧ୍ୟରେ ଜମି ବାଡି ଭାଗବଣ୍ଟାକୁ ନେଇ କୋର୍ଟରେ କେସ୍ ବିଚାରଧିନ ଥିଲା । ବିବାହିତ ୫ ଝିଅ ଆସି ଭାଗଚାଷ କରିଥିବା ସୁସମା ମହିଳାଙ୍କ ଧାନ କାଟିନେବା ସହିତ ମାଡ ମାରିଥିଲେ । ବାଡିରେ ଲାଗିଥିବା ରବି ଫସଲରେ ଲୁଣ ପକାଇ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ଏନେଇ ଭାଗଚାଷୀ ସୁସମା ମହିଳା ତିହିଡି ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ତିହିଡି ପୋଲିସ ରେବତୀ କର,ସେବତୀ ପାଢ଼ୀ ମିନତୀ ପଣ୍ଡା ଓ ପାକୁ ପଣ୍ଡା ୪ଭଉଣୀଙ୍କ ନାମରେ ମାମଲା ରୁଜୁ କରିଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି