Masthead

ଭାଗଚାଷୀଙ୍କ ଉପରେ ଆକ୍ରମଣ, ଧାନ କାଟି ନେବା ସହିତ ମାଡ଼ ମାରିଲେ ଜମି ମାଲିକଙ୍କ ୫ ଝିଅ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭାଗଚାଷୀଙ୍କ ଉପରେ ଆକ୍ରମଣ । ଭାଗଚାଷୀ ସୁସମା ମହିଳାଙ୍କୁ ଆକ୍ରମଣ କଲେ ଜମି ମାଲିକଙ୍କ ୫ ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଗ୍ରାମରେ । ଜମି ମାଲିକଙ୍କ ପରିବାରରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଘରୋଇ ବିବାଦ ଲାଗିରହିଥିବା ବେଳେ ଭାଗଚାଷ କରିଥିବା ଚାଷୀର ଧାନ ଜବରଦସ୍ତ କାଟି ଆଣିଛନ୍ତି ଜମି ମାଲିକଙ୍କ ୫ ଝିଅ । ଏହା ସହିତ ଭାଗଚାଷୀଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଜମି ମାଲିକ ସ୍ୱର୍ଗତଃ ବଟକୃଷ୍ଣ ପଣ୍ଡାଙ୍କ ପୁଅ ଝିଅଙ୍କ ମଧ୍ୟରେ ଜମି ବାଡି ଭାଗବଣ୍ଟାକୁ ନେଇ କୋର୍ଟରେ କେସ୍ ବିଚାରଧିନ ଥିଲା । ବିବାହିତ ୫ ଝିଅ ଆସି ଭାଗଚାଷ କରିଥିବା ସୁସମା ମହିଳାଙ୍କ ଧାନ କାଟିନେବା ସହିତ ମାଡ ମାରିଥିଲେ । ବାଡିରେ ଲାଗିଥିବା ରବି ଫସଲରେ ଲୁଣ ପକାଇ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ଏନେଇ ଭାଗଚାଷୀ ସୁସମା ମହିଳା ତିହିଡି ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ତିହିଡି ପୋଲିସ ରେବତୀ କର,ସେବତୀ ପାଢ଼ୀ ମିନତୀ ପଣ୍ଡା ଓ ପାକୁ ପଣ୍ଡା ୪ଭଉଣୀଙ୍କ ନାମରେ ମାମଲା ରୁଜୁ କରିଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ