Masthead

ବିଧାୟକଙ୍କ ଗାଡି ଉପରେ ଆକ୍ରମଣ

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ବୈଠକ ସାରି ଫେରୁଥିବା ବେଳେ ବିଜେପି କର୍ମୀଙ୍କ ଆକ୍ରମଣ । ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା । ନିର୍ବାଚନ ପୂର୍ବରୁ ନିମାପଡ଼ାରେ ଦେଖାଦେଇଛି ନିର୍ବାଚନୀ ହିଂସା । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ରୁଦ୍ର ମହାରଥୀଙ୍କ ସହ ବିଜେଡିର ବରିଷ୍ଠ ନେତା । ନିମାପଡ଼ା ନିର୍ବାଚନମଣ୍ଡଳିର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀ ତମ୍ପାଲୋ ପଞ୍ଚାୟତରେ ସାଂଗଠନିକ ବୈଠକ ସାରି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହି ଠାରେ ତାଙ୍କ ଗାଡି ଉପରେ ବିଜେପି କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି ।

ଏହି ଆକ୍ରମଣରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ, ଗାଡ଼ି ଡ୍ରାଇଭର ଏବଂ ତାଙ୍କର କେତେ ଜଣ ସମର୍ଥକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଦୁଇ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଏହା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନିଜ ଅଞ୍ଚଳ, ତାଙ୍କ ନିର୍ଦ୍ଦେଶରେ ହିଁ ଏହି ଆକ୍ରମଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ