Masthead

ଆଜି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ର କକ୍ଷରେ ପ୍ରବେଶ କରିବ ଚନ୍ଦ୍ରୟାନ-୩ । ଜୁଲାଇ ୧୩ରେ ଭାରତ ପକ୍ଷରୁ ପ୍ରେରଣ କରାଯାଇଥିବା ଚନ୍ଦ୍ରୟାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଜାରି ରଖିଛି। ଆଜି ସୁଦ୍ଧା ଏହା ମୋଟ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଠାରୁ ଚନ୍ଦ୍ରୟାନର ଦୂରତା ପ୍ରାୟ ୪୦ ହଜାର କିଲୋମିଟର ରହିଛି। ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ୱାରା ଚନ୍ଦ୍ରୟାନ-୩କୁ ନିଜ ଆଡ଼କୁ ଟାଣିବ। ଏହା ସତ୍ତ୍ୱେ ଚନ୍ଦ୍ରୟାନ-୩ ଚନ୍ଦ୍ରର କକ୍ଷପଥରେ ପ୍ରବେଶ ପାଇଁ ଉଦ୍ୟମ କରିବ।

ତେଣୁ ଆଜିର ଦିନ ଚନ୍ଦ୍ରଯାନ-୩ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ପରୀକ୍ଷାର ମୁହୂର୍ତ୍ତ। ଭାରତୀୟ ସମୟ ରାତି ପ୍ରାୟ ୭ଟାରେ ଚନ୍ଦ୍ରର ପ୍ରଥମ କକ୍ଷପଥରେ ଛଡାଯିବ । ଏହା ପରେ ଆସନ୍ତାକାଲି ରାତି ପ୍ରାୟ ୧୧ଟାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ଛଡାଯିବ । ଅଗଷ୍ଟ ୯ରେ ତୃତୀୟ, ୧୪ରେ ଚତୁର୍ଥ ଓ ୧୬ରେ ୫ମ ଲୁନାର ଅର୍ବିଟ୍ ଇଞ୍ଜେକ୍ସନ୍ ଇସ୍ରୋ ପକ୍ଷରୁ କରାଯିବ । ଆସନ୍ତା ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ । ତେବେ ଇସ୍ରୋର ବୈଜ୍ଞାନିକମାନେ ଭରସା ଦେଇଛନ୍ତି ଯେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବାରେ ସେମାନେ ସଫଳ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ