Masthead

ୱାର୍ଡ଼ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର(ବଡ଼ ଖବର ବ୍ୟୁରୋ): ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ୱାର୍ଡ଼ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ । ବିଚ୍ ରାସ୍ତାରେ ୱାର୍ଡମେମ୍ବରଙ୍କୁ ଗୋଡେଇ ଗୋଡେଇ ଭୁଜାଲି ଓ ଲୁହା ରୋଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ପରେ ବାଇକ୍ ବି ପୋଡ଼ି ଦେଇଛନ୍ତି । ଗୁରୁତର ଅବସ୍ଥାରେ ୱାର୍ଡସଭ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ଡ଼ାଲଙ୍ଗ ଗ୍ରାମର ୬ନଂ ୱାର୍ଡ ସଭ୍ୟ ଦୀପକ ପାଣିଗ୍ରାହି ଏକ ଗୋଣ୍ଡଗୋଳର ସମାଧାନ ବୈଠକ ସାରି ଘରକୁ ଫେରୁଥିଲେ । ଖଇରା ମୁନିପଦାଠାରେ ୫ ରୁ ଏକାଧିକ ଯୁବକ ମୁଁହରେ ପଟି ବାନ୍ଧି ଭୁଜାଳି ଓ ଲୁହା ପାଇପରେ ଆକ୍ରମଣ କରିଥିଲେ ।

ୱାର୍ଡମେମ୍ବର ଦୌଡ଼ି ପଲାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାକୁ ପଛ ପଟୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ୱାର୍ଡମେମ୍ବର ଙ୍କ ବାଇକ ମଧ୍ୟ ପୋଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ୱାର୍ଡ ମେମ୍ବର ଦୀପକଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି । କିଛି ଦିନ ପୂର୍ବରୁ ତୁଡ଼ିଗଡିଆ ବଜାରରେ ଗଣ୍ଡଗୋଳ ହୋଇଥିଲା । ତୁଟ ଗ୍ରାମର କିଛି ଯୁବକ ସହିତ ୱାର୍ଡ ମେମ୍ବର ଦୀପକ ସହିତ ମନାନ୍ତର ହୋଇଥିଲା । ସେହି ଘଟଣାକୁ ନେଇ ଦୀପକକୁ ଆକ୍ରମଣ ହୋଇଥିଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା