Masthead

ଦମ୍ପତିଙ୍କ ଶାରୀରିକ ସମ୍ପର୍କ ବେଆଇନ ନୁହେଁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବୈବାହିକ ବଳାତ୍କାରକୁ ବେଆଇନ କୁହାଯାଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ମୁମ୍ବାଇର ଅତିରିକ୍ତ ଦୌରା ଜଜ୍ ସଞ୍ଜଶ୍ରୀ ଜେ. ଘରାତ । ଜଣେ ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ ପ୍ରଦାନ କରି ଜଜ୍ ସଞ୍ଜଶ୍ରୀ ଜେ. ଘରାତ କହିଛନ୍ତି, ଏକ ବିବାହ କରିଥିବା ସ୍ତ୍ରୀ ସହ ତାଙ୍କ ସ୍ବାମୀ ଯଦି ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖେ ତେବେ ତାକୁ ବେଆଇନ ବୋଲି କୁହାଯାଇପାରିବ ନାହିଁ। ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୨୨ ତାରିଖରେ ମହିଳା ଜଣକ ବିବାହ କରିଥିଲେ।

ସେ ପୁଲିସ ଆଗରେ କହିଥିଲେ ଯେ ତାଙ୍କ ସ୍ବାମୀ ଓ ସ୍ବାମୀଙ୍କ ପରିବାର ତାଙ୍କ ଉପରେ ନାନା କଟକଣା ଲଗାଇଛନ୍ତି। ତାଙ୍କୁ ସମାଲୋଚନା କରନ୍ତି । ଖରାପ ବ୍ୟବହାର ଦେଖାନ୍ତି । ଏପରି କି ଟଙ୍କା ଦାବି କରନ୍ତି। ସେ ପୁଣି ଅଭିଯୋଗ କରିଥିଲେ, ବିବାହର ମାସକ ପରେ ସ୍ବାମୀ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିଛନ୍ତି। ଜାନୁଆରି ୨ ତାରିଖରେ ଉଭୟ ସ୍ବାମୀ-ସ୍ତ୍ରୀ ମୁମ୍ବାଇର ମହାବଳେଶ୍ବର ଯାଇଥିଲେ।

ସେଠାରେ ବି ସ୍ବାମୀ ତାଙ୍କ ସହ ସେମିତି କଲେ। ଏହାପରେ ତାଙ୍କୁ ଅସୁସ୍ଥ ଲାଗିବାରୁ ସେ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର କହିଲେ, ଅଣ୍ଟା ତଳକୁ ତାଙ୍କର ପାରାଲିସିସ୍ ହୋଇଯାଇଛି। ଏହାପରେ ମହିଳା ଜଣକ ସ୍ବାମୀ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ଦାଏର କରିଥିଲେ। ସ୍ବାମୀ ଜଣକ ଗିରଫ ହେବା ଆଶଙ୍କାରେ ଆଗୁଆ ଜାମିନ ଆବେଦନ କରିଥିଲେ। ଶୁଣାଣି ସମୟରେ ସ୍ବାମୀ ଓ ତାଙ୍କ ପରିବାର କହିଥିଲେ ଯେ, ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି।

ସେମାନଙ୍କ ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇ ନାହିଁ କିମ୍ବା ବୋହୂକୁ ନିର୍ଯ୍ୟାତନା ଦିଆଯାଇ ନାହିଁ। ଜାମିନ ବିରୋଧରେ ପ୍ରସିକ୍ୟୁଟର ନିଜର ଯୁକ୍ତି ଉପସ୍ଥାପନ କରିଥିବା ବେଳେ ମାନ୍ୟବର ବିଚାରପତି କହିଥିଲେ ଯେ, ମହିଳା ଜଣକ ମୁଖ୍ୟତଃ ଦୁଇଟି ଅଭିଯୋଗ କରିଛନ୍ତି । ଯୌତୁକ ଦାବି ଓ ବୈବାହିକ ବଳାତ୍କାର। କିନ୍ତୁ କେତେ ଟଙ୍କା ବା କ’ଣ କ’ଣ ମଗାଯାଇଥିଲା, ତାହା ଅଭିଯୋଗରେ ନାହିଁ। ତା’ଛଡ଼ା ବୈବାହିକ ବଳାତ୍କାରକୁ ଆଇନଗତ ଅପରାଧ ହିସାବରେ ଧରାଯାଇପାରିବ ନାହିଁ। ତେଣୁ ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ ନ ଦେବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ