Masthead

ଭୁଶୁଡ଼ିଲା ଦର୍ଶକ ଗ୍ୟାଲେରୀ, ୭ ଦିନ ପୂର୍ବରୁ ହୋଇଥିଲା ଲୋକାର୍ପଣ

ବାଙ୍କୀ(ବଡ଼ ଖବର ବ୍ୟୁରୋ): ଭୁଶୁଡ଼ିଲା ଦର୍ଶକ ଗ୍ୟାଲେରୀ । ଲୋକାର୍ପଣ ହେବାର ୭ ଦିନ ଭିତରେ ଭୁଶୁଡ଼ି ପଡ଼ିଛି ଗ୍ୟାଲେରୀ । କଟକ ଜିଲ୍ଲା ବାଙ୍କୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ । ଆଉ ଗ୍ୟାଲେରୀ ଲୋକାର୍ପଣ ହେବାର ମାତ୍ର ୭ ଦିନରେ ତାହା ଭୁଶୁଡ଼ି ପଡ଼ିଛି । ବର୍ଷା ଯୋଗୁ ଏହା ଭୁଶୁଡି ପଡିଛି ।

ବାଙ୍କୀ ପୂର୍ତ୍ତ ବିଭାଗ ଜରିଆରେ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ କରିଥିଲେ। ଗତ ୨୩ ତାରିଖରେ ସାଧାରଣଲୋକ ତଥା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଲୋକାର୍ପଣ କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ