Masthead

ତୃତୀୟ ଦିନିକିଆରେ ପରାଜୟ ସତ୍ତ୍ୱେ ୨-୧ରେ ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶେଷ ଦିନିକିଆରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ । ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନର ଟାର୍ଗେଟକୁ ପିଛାକରି ୨୮୬ରନରେ ଅଲଆଉଟ ହୋଇଯାଇଥିଲା ରୋହିତ ବାହିନୀ । ଫଳରେ ଶେଷ ଦିନିକିଆ ହାରିବା ସହିତ ୩ଟିକିଆ ସିରିଜକୁ ୨-୧ରେ ଜିତିନେଇଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ। ଦଳ ୫୦ ଓଭରରେ ୩୫୨ ରନ ସ୍କୋର କରିଥିଲା। ଜବାବରେ ରୋହିତ ଏବଂ ୱାଶିଂଟନ ସୁନ୍ଦର ଭାରତ ପାଇଁ ଓପନିଂ ଆସିଥିଲେ। ଏହି ସମୟରେ ରୋହିତ ଅର୍ଦ୍ଧଶତକ ହାସଲ କରିଥିଲେ।

ରୋହିତ ୫୭ ବଲ୍‌ରେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ମ୍ୟାକ୍ସୱେଲ ତାଙ୍କୁ ଆଉଟ୍‌ କରିଥିଲେ। ରୋହିତ କୋହଲିଙ୍କ ସହ ଅର୍ଦ୍ଧ ଶତକୀୟ ଭାଗିଦାରୀ ଖେଳିଥିଲେ। ୩୫୩ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ଆରମ୍ଭକୁ କ୍ୟାପଟେନ ରୋହିତ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ ମାସ୍କଓ୍ବେଲଙ୍କ ହାତରେ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ । ୫୭ ବଲରେ ୮୧ ରନ କରି ଆଉଟ ହୋଇଥିଲେ ରୋହିତ । ପରେ ନିୟମିତ ବ୍ୟବଧାନରେ ଟିମ୍ ଇଣ୍ଡିଆର ଓ୍ବିକେଟ ଗଡ଼ିଥିଲା । ବିରାଟ କୋହଲି ୬୧ ବଲରେ ୫୬ ରନ କରିଥିବାବେଳେ ଶ୍ରେୟସ ଆୟାର ୪୮, କେଏଲ ରାହୁଲ ୨୬ ଓ ରବୀନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ୪୯ ଓଭର ୪ଟି ବଲକରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା ଟିମ୍ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ