ତୃତୀୟ ଦିନିକିଆରେ ପରାଜୟ ସତ୍ତ୍ୱେ ୨-୧ରେ ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶେଷ ଦିନିକିଆରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ । ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନର ଟାର୍ଗେଟକୁ ପିଛାକରି ୨୮୬ରନରେ ଅଲଆଉଟ ହୋଇଯାଇଥିଲା ରୋହିତ ବାହିନୀ । ଫଳରେ ଶେଷ ଦିନିକିଆ ହାରିବା ସହିତ ୩ଟିକିଆ ସିରିଜକୁ ୨-୧ରେ ଜିତିନେଇଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ। ଦଳ ୫୦ ଓଭରରେ ୩୫୨ ରନ ସ୍କୋର କରିଥିଲା। ଜବାବରେ ରୋହିତ ଏବଂ ୱାଶିଂଟନ ସୁନ୍ଦର ଭାରତ ପାଇଁ ଓପନିଂ ଆସିଥିଲେ। ଏହି ସମୟରେ ରୋହିତ ଅର୍ଦ୍ଧଶତକ ହାସଲ କରିଥିଲେ।

ରୋହିତ ୫୭ ବଲ୍‌ରେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ମ୍ୟାକ୍ସୱେଲ ତାଙ୍କୁ ଆଉଟ୍‌ କରିଥିଲେ। ରୋହିତ କୋହଲିଙ୍କ ସହ ଅର୍ଦ୍ଧ ଶତକୀୟ ଭାଗିଦାରୀ ଖେଳିଥିଲେ। ୩୫୩ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ଆରମ୍ଭକୁ କ୍ୟାପଟେନ ରୋହିତ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ ମାସ୍କଓ୍ବେଲଙ୍କ ହାତରେ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ । ୫୭ ବଲରେ ୮୧ ରନ କରି ଆଉଟ ହୋଇଥିଲେ ରୋହିତ । ପରେ ନିୟମିତ ବ୍ୟବଧାନରେ ଟିମ୍ ଇଣ୍ଡିଆର ଓ୍ବିକେଟ ଗଡ଼ିଥିଲା । ବିରାଟ କୋହଲି ୬୧ ବଲରେ ୫୬ ରନ କରିଥିବାବେଳେ ଶ୍ରେୟସ ଆୟାର ୪୮, କେଏଲ ରାହୁଲ ୨୬ ଓ ରବୀନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ୪୯ ଓଭର ୪ଟି ବଲକରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା ଟିମ୍ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ