Masthead

ଅଟୋ ଡ୍ରାଇଭରଙ୍କ ମାନବିକତା, ଫେରାଇଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଟୋ ଡ୍ରାଇଭରଙ୍କ ମାନବିକତା । ୩୦ ହଜାର ଟଙ୍କା ଫେରାଇଲେ ସୁରେନ୍ଦ୍ର ମେହେର । ଦୁଇ ଜଣ ବୃଦ୍ଧା ଆଖି ଅପରେସନ ପାଇଁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ । ଡାକ୍ତରଖାନାକୁ ଯିବା ପାଇଁ ଅଇଁଠାପାଲି ବସଷ୍ଟାଣ୍ଡରୁ ଏକ ଅଟୋ ଧରିଥିଲେ । ଦୁଇ ବୃଦ୍ଧା ଡାକ୍ତରଖାନା ତ ପହଂଚିଲେ ହେଲେ ଅଟୋରେ ଛାଡ଼ି ଦେଇଗଲେ ୩୦ ହଜାର ଟଙ୍କା ଓ ବ୍ୟାଗ୍ । ମେଡିକାଲକୁ ଯାଇ ଦେଖିଲା ବେଲକୁ ସାଙ୍ଗରେ ଆଣିଥିବା ବ୍ୟାଗ ଓ ଟଙ୍କା ନାହିଁ । ଦୁଇ ବୃଦ୍ଧାଙ୍କ ଭାଲେଣି ପଡ଼ିଗଲା । ଆଖି ହେଲା ଛଳଛଳ । ଅପରେସନ ଥିବାରୁ ଯୋଗାଡ଼ କରିଥିବା ଟଙ୍କା ତାଙ୍କ ପାଖରେ ନାହିଁ ।

କାହାକୁ କହିବେ, ଶୁଣିବ ବା କିଏ । ଏନେଇ ଚିନ୍ତାରେ ଦୁଇ ମାଉସୀ । ସମ୍ବଲପୁର ଅଇଁଠାପାଲି ପୋଲିସ ପାଖରେ ଖବର ପହଂଚିଲା ବେଳକୁ ତା ଆଗରୁ ପହଂଚି ସାରିଥିଲେ ଅଟୋ ଡ୍ରାଇଭର ସୁରେନ୍ଦ୍ର ମେହେର । ଟଙ୍କାର ମୂଲ୍ୟ ସେ ଜାଣିଥିଲେ ଯେ, ଦୁଇ ମାଉସୀଙ୍କ ପାଇଁ ଏହା କେତେ ଗୁରୁତ୍ୱପୁର୍ଣ୍ଣ । ପୋଲିସ ଅଟୋକୁ ଖୋଜିବା ପୂର୍ବରୁ ସୁରେନ୍ଦ୍ର ସେଠାରେ ପହଂଚି ସାରିଥିଲେ । ପୋଲିସକୁ ଟଙ୍କା ବ୍ୟାଗ ଦେବାପରେ ଏହା ଦୁଇ ବୃଦ୍ଧାଙ୍କୁ ମିଳିଥିଲା । ଦୁଇ ଜଣ ଖୁସିରେ ଗଦଗଦ୍ ହେବା ସହ ସୁରେନ୍ଦ୍ରଙ୍କୁ ଆଶୀର୍ବାଦ ଦେଇଥିଲେ । ସୁରେନ୍ଦ୍ରଙ୍କ ଏଭଳି ମହାନତାଙ୍କୁ ସବୁଠି ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ