Before Header

କଦଳୀ ଗଛରେ ଢେରା ଦେବା ପାଇଁ କାଠ ଆଣିବାକୁ ପଠାଇଲେ ଶିକ୍ଷକ

0 1,546

ପାଲଲହଡା (ବଡ଼ ଖବର ବ୍ୟୁରୋ): ପାଠ ବଦଳରେ ଛାତ୍ରଙ୍କୁ ଜଙ୍ଗଲକୁ କାଠ ବୁହାଇବା ପାଇଁ ପଠଉଛନ୍ତି ଶିକ୍ଷକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଚଷା ଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମରେ ଥିବା ସୁସବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଛାତ୍ରଙ୍କୁ ପାଠ ବଦଳରେ ଜଙ୍ଗଲରୁ କାଠ ବୁହାଉଛନ୍ତି ଶିକ୍ଷକ ।

ସ୍କୁଲରେ ଥିବା କଦଳୀ ଗଛରେ ଡେରା ଦେବାପାଇଁ ଦୁଇ ଛାତ୍ରଙ୍କୁ ସ୍କୁଲ ଠାରୁ ଦୁଇ କିମି ଦୂର ଜଙ୍ଗଲକୁ ଯାଇ କାଠ ଆଣିବାକୁ ପଠେଇଥିଲେ ଶିକ୍ଷକ । ଯାହାକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବହୁ ସମୟ ଯୁକ୍ତିତର୍କ ହୋଇଥିଲା ଏହି ଘଟଣାକୁ ବ୍ଲକ୍ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ବେହେରା ସ୍ବୀକାର କରିବା ସହିତ ଉକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.