Masthead

ଆସୁଛି ଲଘୁଚାପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଲଘୁଚାପ । ୧୧ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ୧୮ ତାରିଖରେ ଆଉ ଏକ ଲଘୁଚାପ ମଧ୍ୟ ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ହେଲେ ବି ରାଜ୍ୟରେ ଆଶାନୁଯାୟୀ ବର୍ଷା ହୋଇନପାରେ । ବିସ୍ତୃତ ଅଞ୍ଚଳରେ କିମ୍ବା ବଡ଼ ବର୍ଷା ସମ୍ଭାବନା କମ୍ । ରାଜ୍ୟରେ ଏଯାବତ୍ ଲାଗି ରହିଥିବା ବର୍ଷା ଅଭାବ ସ୍ଥିତି ଆହୁରି ଉତ୍କଟ ହେବ । ଏହା ଧାନ ଫସଲ ପାଇଁ ସମସ୍ୟା ବଢ଼ାଇବ ।

ଆକଳନ କରାଯାଉଛି, ଆସନ୍ତା ୨୦ ତାରିଖ ସୁଦ୍ଧା ଗଜପତି, ଗଞ୍ଜାମ, କୋରାପୁଟରେ ସମୁଦାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାମାନଙ୍କର ଦକ୍ଷିଣାଞ୍ଚଳ ସହିତ ବାଲେଶ୍ୱର, ମୟୂରଭଞ୍ଜରେ ୫୦ ମିମି ଓ ବାକି ଅଞ୍ଚଳରେ ହାରାହାରି ୪୦ ମିମି ବର୍ଷା ସମ୍ଭାବନା ଅଛି । ଜୁଲାଇ ୯ରୁ ୨୩ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୭୦ ମିମି ବର୍ଷା ହେବା କଥା । ହେଲେ ଏହି ସମୟ ଭିତରେ ହାରାହାରି ୮୫ ମିମି ବର୍ଷା ହୋଇପାରେ । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ ବର୍ଷା ଅଭାବ ସ୍ଥିତି କିଭଳି ବିଗିଡ଼ିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ