Masthead

ରାମ ମନ୍ଦିରର ସାମ୍ନାରେ ଜଟାୟୁର ବିଶାଳ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନ୍ୟାୟ ବିରୋଧରେ ଲଢେଇ କରି ଯିଏ ହାରେ ସେ ପରାଜିତ ନୁହେଁ ପ୍ରେରଣା ବନେ । ସେମିତି ଏକ ପ୍ରେରଣା ହେଉଛି ଜଟାୟୁ । ଯାହାର ସାହସ ଆଉ କ୍ରୋଧର ସାମ୍ନା କେହି କରି ପାରିନଥିଲେ । ପୂର୍ବରୁ ଜଟାୟୁର ସାମ୍ନା ରାବଣ ସହିତ ହୋଇନଥିଲା । ରାବଣର ପୁଷ୍ପକ ବିମାନରେ ଅପହରଣ ହେଉଥିବା ସୀତାଙ୍କ ଚିତ୍କାର ରାମ, ଲକ୍ଷ୍ମଣଙ୍କ ପାଖରେ ପହଂଚୁ କି ନ ପହଂଚୁ ଜଟାୟୁ କାନରେ ପଡିଥିଲା ରାଜକୁମାରୀ ସୀତାଙ୍କ ଚିତ୍କାର । ମାତା ସୀତାଙ୍କୁ ବଞ୍ଚାଇବାକୁ ଯାଇ ରାବଣ ସହ ଲଢେଇ କରିଥିଲା ଜଟାୟୁ । ଏବଂ ଆହତ ହୋଇଥିଲା । କିନ୍ତୁ ଜଟାୟୁ ନିଜର ଶେଷ ନିଶ୍ୱାସକୁ ସେତିକିବେଳେ ନେଇଥିଲା ଯେତେବେଳେ ପ୍ରଭୁ ଶ୍ରୀରାମ ରାମ ଆଉ ଲକ୍ଷ୍ମଣଙ୍କୁ ମାତା ସୀତାଙ୍କ ଖବର ଦେଇଥିଲା । ପ୍ରାଣ ଛାଡ଼ିଲା ଜଟାୟୁ କହିଲା ହେ ଶିୟାରାମ..
ରାମାୟଣରେ ଜଟାୟୁ ପକ୍ଷୀର ବିଶେଷ ମହତ୍ୱ ରହିଛି । ମାତା ସୀତାଙ୍କ ପାଇଁ ରାବଣ ସହ ଲଢେଇ କରି ପ୍ରାଣ ବଳି ଦେଇଥିବା ଜଟାୟୁର ଏକ ପ୍ରତିମୂର୍ତ୍ତି ଭବ୍ୟ ରାମ ମନ୍ଦିରରେ ସ୍ଥାପନ କରାଯାଇଛି । ୨୦ ଫୁଟ ଚଉଡ଼ା ୮ଫୁଟ ଉଚ୍ଚତାର ବିଶାଳ ବ୍ରୋଞ୍ଚ ମୂର୍ତ୍ତିକୁ ମନ୍ଦିର ପରିସରରେ ଥିବା କୁବେର ଟିଲା ଉପରେ ରଖାଯାଇଛି । ସେହିପରି ଗରୁଡ଼ଙ୍କ ହାତରେ ରହିବ ରାମପଥର ସୁରକ୍ଷା ବ୍ୟବସ୍ଥା । ରାମପଥର ପ୍ରବେଶରେ ଗରୁଡ଼ଙ୍କୁ ସ୍ଥାନ ଦିଆଯାଇଛି । ଏହା ଗରୁଡ଼ ଦ୍ୱାର ନାଁରେ ନାମିତ । ମନ୍ଦିରର ୪ଦିଗକୁ ୪ଟି ଦ୍ୱାର ଭାବେ ପରିଣତ କରାଯାଇଛି । ଭବ୍ୟ ରାମ ମନ୍ଦିରରେ ଝଲସୁଛି କମନୀୟ ଶିଶୁ ସୁଲଭ ରୂପ ଓ ସେଥିରେ ସୁସ୍ପଷ୍ଟ ଦିବ୍ୟତାର ଛାପ । ପଥରର ସୂକ୍ଷ୍ମ କାରିଗରୀ ବେଶ ଆକର୍ଷଣୀୟ । ରାମମନ୍ଦିର ୪ଦ୍ୱାରରେ ସିଂହ, ହାତୀ, ଗରୁଡ଼, ହନୁମାନ ସ୍ଥାନ ପାଇବେ । ମନ୍ଦିରର ୪କୋଣରେ ରହିବ ୪ଟି ମନ୍ଦିର ରହିବ । ଏହି ମନ୍ଦିର ଭଗବାନ ସୂର୍ଯ୍ୟ, ଭଗବତୀ, ଗଣେଶ ଓ ଶିବଙ୍କୁ ସମର୍ପିତ କରାଯିବ । ଏବଂ ୫ଟି ମଣ୍ଡପ ରଖାଯିବ- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ, କୀର୍ତ୍ତନ ମଣ୍ଡପ । ରାମଲାଲାଙ୍କ ଆସିବା ବାଟକୁ ଅନାଇ ବସିଛନ୍ତି ରାମ ଭକ୍ତ । ପୁରା ଦେଶ ହୋଇଛି ରାମ ମୟ । ସମସ୍ତେ କହୁଛନ୍ତି ଜୟ ଶିୟା ରାମ, ଜୟ ଶିୟାରାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା