Masthead

ପୁଣି ଦୋଷୀ ସାବ୍ୟସ୍ତ ହେଲେ ବାବା ରାମ ରହିମ

ହରିୟାଣା(ବଡ଼ ଖବର ବ୍ୟୁରୋ): ରଞ୍ଜିତ ହତ୍ୟା ମାମଲାରେ ସିବିଆଇ କୋର୍ଟ ରାମ ରହିମ ସହିତ ୫ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ। ତେବେ ସିବିଆଇର ସ୍ପେଶାଲ କୋର୍ଟ ୧୨ ଅକ୍ଟୋବରରେ ସମସ୍ତ ଦୋଷୀଙ୍କୁ ସଜା ଶୁଣାଇବେ। ବାବା ରାମ ରହିମ ସାଧବୀଙ୍କୁ ଯୌନ ଶୋଷଣ କରିବା ମାମଲାରେ ପ୍ରଥମେ ୨୦ ବର୍ଷର ସଜା କାଟୁଛନ୍ତି। ଏହା ବ୍ୟତୀତ ସେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଛନ୍ତି ।

ସୂଚନା ଅନୁସାରେ,ଏହି ମାମଲାରେ ରାମ ରହିମ, କୃଷ୍ଣ ଲାଲ, ସବଦିଲ, ଅବତାର ଓ ଜସବୀରକୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଇନ୍ଦର ସେନ୍‌ର ମୃତ୍ୟୁ ହୋଇ ସାରିଛି। ରଞ୍ଜିତ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଡେରା ମୁଖ୍ୟ ଗୁରମିତ ରାମ ରହିମ ଓ କୃଷ୍ଣ କୁମାର ଭିଡିଓ କନଫରେନ୍ସି ଜରିଆରେ ହାଜର ହୋଇଥିଲେ। ସେଭଳି ଅଭିଯୁକ୍ତ ଅବତାର,ଜସବୀର ଓ ସବାଦିଲ୍‌ ପ୍ରତ୍ୟକ୍ଷ ରୂପରେ କୋର୍ଟରେ ହାଜର ହୋଇଛନ୍ତି। ସିବିଆଇ କୋର୍ଟ ଏହି ମାମଲାରେ ପୂର୍ବରୁ ୨୬ ଅଗଷ୍ଟରେ ନିଷ୍ପତ୍ତି ଶୁଣାଇଥିଲେ। ୧୯ ବର୍ଷ ପୁରୁଣା ଏହି ମାମଲାରେ ଗତ ୧୨ ଅଗଷ୍ଟରେ ଅନ୍ତିମ ଥର ଶୁଣାଣି ହୋଇଥିଲା। ସିବିଆଇ ଜଜ୍ ଡକ୍ଟର ସୁଶୀଲ କୁମାର ଗର୍ଗଙ୍କ କୋର୍ଟରେ ପ୍ରାୟ ଅଢେଇ ଘଣ୍ଟା ଯୁକ୍ତିତର୍କ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ