Masthead

ଯୋଗ୍ୟ ହିତାଧିକାରୀ ଉପେକ୍ଷିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ବାଟବଣା ହେଉଛି ସରାକାରୀ ଯୋଜନା । ଏଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ବ୍ଲକ ବେଣାପଞ୍ଜୁରୀ ଗ୍ରାମ ବ୍ରାହ୍ମଣ ସାହିରେ । ୩୧ ବର୍ଷୀୟ ଯୁବକ ଅନନ୍ତ ବେହେରା । ପିଲାଟି ଦିନରୁ ଅକ୍ଷମ । ବାମଗୋଡ ତାଙ୍କର ଅଚଳ । ତାଙ୍କର ଦୃଢ଼ଶକ୍ତି ଯୋଗୁଁ ସେ ଅଚଳ ଗୋଡରେ ଯୁକ୍ତଦୁଇ ପାସ କରିବା ସହ କମ୍ପୁଟର ଶିକ୍ଷା କରିଛନ୍ତି । କିନ୍ତୁ ସେସବୁ ପାଠର ମୂଲ୍ୟ କିଛି ନାହିଁ ବୋଲି ଭାବୁଛନ୍ତି ଅନନ୍ତଙ୍କ ମା । ଏହାର କାରଣ ଅନନ୍ତଙ୍କୁ ମିଳିନି ସରକାରୀ କିମ୍ବା ବେସରକରୀ ଚାକିିରି । ଅନନ୍ତଙ୍କ ମା ଭାବିଥିଲେ ପୁଅ ବଡ଼ ହୋଇ ରୋଜଗାର କରି ବାପା ମାଙ୍କୁ ପୋଷିବ । ହେଲେ ବିଧିର ବିଧାନ ଅଲଗା । ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡେ ନାହିଁ । ଗୋଟିଏ ଘରେ କଟୁଛି କଷ୍ଟର ଜୀବନ । ଘର ପାଇଁ ଆବେଦନ କଲେ ମିଳିଛୁ ଖାଲି ପ୍ରତିଶୃତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜବେଷ୍ଟ ଘରେ ରହୁଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିୟମ ଥିବା ବେଳେ ଅନନ୍ତଙ୍କ ପାଇଁ ଏସବୁ ସାତ ସପନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ