Masthead

ପ୍ରିୟଙ୍କା ତିବରୱାଲାଙ୍କ ବିରୋଧରେ ପ୍ରଚାର କରିବେନି ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟୁରୋ): ବିଜେପି ସହ ସମ୍ପର୍କ ଭାଙ୍ଗିବା ପରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଯୋଗ ଦେଉନେଉ ହିଁ ମମତାଙ୍କ ଗୁଣଗାନ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭବାନୀପୁର ଆସନରେ ମମତାଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବରୱାଲାଙ୍କ ବିରୋଧରେ ସେ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କାହିଁକିନା ପ୍ରିୟଙ୍କା ତିବରୱାଲା ମୋର ସମ୍ପର୍କୀୟ । ଏବଂ ଭବାନୀପୁରରେ ମମତାଙ୍କୁ ତାଙ୍କର କୌଣସି ଆବଶ୍ୟକ ନାହିଁ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ତାରକା ପ୍ରଚାରକ ଥିଲେ ।

କିନ୍ତୁ ଭବାନୀପୁର ଉପ-ନିର୍ବାଚନକୁ ନେଇ ସାରା ଦେଶରେ କେବଳ ଗୋଟିଏ ପ୍ରଶ୍ନ ହିଁ ସାମ୍ନାକୁ ଆସୁଥିଲା, ବାବୁଲ ଟିଏମସିରେ ମିଶିବା ପରେ ମମତା ବାନାର୍ଜୀଙ୍କ ପାଇଁ ପ୍ରଚାର କରିବେ କି ନାହିଁ । କିନ୍ତୁ ସେ ଏପରି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଭବାନୀପୁରରେ ତୃଣମୂଳ କଂଗ୍ରେସରୁ ମମତା ବାନାର୍ଜୀ ଥିବାବେଳେ ବିଜେପିରୁ ପ୍ରିୟଙ୍କା ତିବରୱାଲା ଅଛନ୍ତି । ଏହା ସହ ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ହେବାକୁ ଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ