କଂଗ୍ରେସରୁ ଇସ୍ତଫା ଦେଲେ ଯାଜପୁର କାର୍ଯ୍ୟକାରୀ ସଭାପତି

ଯାଜପୁର (ବଡ଼ ଖବର ବ୍ୟୁରୋ): ପ୍ରାର୍ଥୀ ଚୟନକୁ ବିରୋଧ । କଂଗ୍ରେସରୁ ଇସ୍ତଫା ଦେଲେ ଯାଜପୁର କଂଗ୍ରେସ କାର୍ଯ୍ୟକାରୀ ସଭାପତି । କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ସମସ୍ତ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଇସ୍ତଫା ପତ୍ରକୁ ରାଜ୍ୟ କଂଗ୍ରେସ ସଭାପତିଙ୍କ ଅବଗତି ନିମନ୍ତେ ପଠାଇଛନ୍ତି ।

ଦୀର୍ଘ ୧୫ବର୍ଷ ଧରି କଂଗ୍ରେସ ଦଳରେ କାର୍ଯ୍ୟ କରି ଶତ ପ୍ରତିଶତ ଦଳ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳ ପାଇଁ ଅନାବଶ୍ୟକ ଓ ଅଦରକାରୀ ହୋଇ ପଡିଥିବାରୁ ଦଳର ଆସ୍ଥା ମୋ ଉପରେ ନ ରହିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବୋଲି ସୂଚନା ଦେଇଛନ୍ତି । କଂଗ୍ରେସ ଦଳରେ ଟିକେଟ ବିକ୍ରି କରାଯାଇ ବିକ୍ରି ଭିତ୍ତିକ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯାଉଛି ଓ ରାଜ୍ୟ କଂଗ୍ରେସ ସଭାପତି ଏହି ଟିକେଟ ବିକ୍ରିରେ ସାମିଲ ଅଛନ୍ତି ବୋଲି ସେ ସନ୍ଦେହ କରୁଛନ୍ତି ବୋଲି ବଲଭଦ୍ର ପ୍ରକାଶ କରିଥିଲେ । ବଳଭଦ୍ରଙ୍କ ସହିତ କିଛି ଦଳୀୟ କର୍ମୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’