Masthead

କଂଗ୍ରେସରୁ ଇସ୍ତଫା ଦେଲେ ଯାଜପୁର କାର୍ଯ୍ୟକାରୀ ସଭାପତି

ଯାଜପୁର (ବଡ଼ ଖବର ବ୍ୟୁରୋ): ପ୍ରାର୍ଥୀ ଚୟନକୁ ବିରୋଧ । କଂଗ୍ରେସରୁ ଇସ୍ତଫା ଦେଲେ ଯାଜପୁର କଂଗ୍ରେସ କାର୍ଯ୍ୟକାରୀ ସଭାପତି । କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ସମସ୍ତ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଇସ୍ତଫା ପତ୍ରକୁ ରାଜ୍ୟ କଂଗ୍ରେସ ସଭାପତିଙ୍କ ଅବଗତି ନିମନ୍ତେ ପଠାଇଛନ୍ତି ।

ଦୀର୍ଘ ୧୫ବର୍ଷ ଧରି କଂଗ୍ରେସ ଦଳରେ କାର୍ଯ୍ୟ କରି ଶତ ପ୍ରତିଶତ ଦଳ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳ ପାଇଁ ଅନାବଶ୍ୟକ ଓ ଅଦରକାରୀ ହୋଇ ପଡିଥିବାରୁ ଦଳର ଆସ୍ଥା ମୋ ଉପରେ ନ ରହିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବୋଲି ସୂଚନା ଦେଇଛନ୍ତି । କଂଗ୍ରେସ ଦଳରେ ଟିକେଟ ବିକ୍ରି କରାଯାଇ ବିକ୍ରି ଭିତ୍ତିକ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯାଉଛି ଓ ରାଜ୍ୟ କଂଗ୍ରେସ ସଭାପତି ଏହି ଟିକେଟ ବିକ୍ରିରେ ସାମିଲ ଅଛନ୍ତି ବୋଲି ସେ ସନ୍ଦେହ କରୁଛନ୍ତି ବୋଲି ବଲଭଦ୍ର ପ୍ରକାଶ କରିଥିଲେ । ବଳଭଦ୍ରଙ୍କ ସହିତ କିଛି ଦଳୀୟ କର୍ମୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା