Masthead

ସରିଲା ପୋଷ୍ଟାଲ ବାଲାଟ୍ ଗଣତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): କଡା ସୁରକ୍ଷା ବଳୟ ଭିତରେ ଆଜି ଆରମ୍ଭ ହୋଇଛି ବାଲେଶ୍ୱର ସଦର ଉପନିର୍ବାଚନର ଭୋଟ ଗଣତି । ସକାଳ ୮ରେ ଆରମ୍ଭ ହୋଇଛି ଭୋଟ ଗଣତି । ବାଲେଶ୍ୱର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ୱେୟାର ହାଉସରେ ହେଉଛି ଭୋଟ ଗଣତି । ୧୨୦ଜଣ କର୍ମଚାରୀ ମୋଟ୍ ୧୪ଟି ଟେବୁଲରେ ଗଣୁଛନ୍ତି ଭୋଟ୍ । ୬୦ଜଣ ମାଇକ୍ରୋ ଅବଜରଭର ସଜାଗ ଥିବା ବେଳେ ୩୫ ପ୍ଲାଟୁନ୍ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଜିଲ୍ଳାର ବିରଷ୍ଠ ପ୍ରଶାସନିକ ଅଧିକାରୀ ଭୋଟଗଣତି ସ୍ଥଳରେ ଉପସ୍ଥିତ ଅଛନ୍ତି ।

ମୋଟ୍ ୬ଜଣ ପ୍ରାର୍ଥୀ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା । ପ୍ରତି ପ୍ରାର୍ଥୀଙ୍କର ୧୪ଜଣ ଲେଖାଏଁ ଏଜେଣ୍ଟ ଭୋଟ ଗଣତି ସ୍ଥଳରେ ଉପସ୍ଥିତ ଅଛନ୍ତି । ୱେୟାର ହାଉସ୍ ଚାରିପାଖରେ ସୁରକ୍ଷା କର୍ମୀ ମୁତୟନ ଥିବା ବେଳେ ସମସ୍ତଙ୍କୁ ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ସକାଳ ୮ସୁଦ୍ଧା ୧୬୦୦ ପୋଷ୍ଟାଲ ବାଲଟ୍ ଗଣତି ସରିବା ପରେ ୮.୩୦ରେ ଖୋଲା ହୋଇଥିଲା ଇଭିଏମ୍ । କରୋନା କଟକଣା ଭିତରେ ଭୋଟ ଗତି ଚାଲିଛି ବୋଲି ଜିଲ୍ଳା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ