Masthead

କଅଁଳ କାନ୍ଧରେ ସଂସାର ବୋଝ

କୃଷ୍ଣପ୍ରସାଦ,(ବଡ଼ ଖବର ବ୍ୟୁରୋ): ପରିବାର କହିଲେ ଦୁଇ ଭାଇ ଓ ଚାରି ଭଉଣୀ । ଦୁନିଆ କ’ଣ ବୁଝିବା ପୂର୍ବରୁ ସେମାନଙ୍କ ହାତ ଛାଡ଼ିଦେଲେ ବାପା ମା’ । ବାପା ମା’ ଛେଉଣ୍ଡ ୬ ଭାଇଭଉଣୀ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଜିଉଛନ୍ତି । ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ କରଣସାହିରେ । ବାପା ସୂର୍ୟ୍ୟନାରାୟଣ ପଣ୍ଡା ଦୀର୍ଘ ୨୫ବର୍ଷ ହେବ ମାଲୁଦ ବଜାରରେ ଏକ ଗ୍ୟାରେଜ କରି ଭଡ଼ାଘରେ ପରିବାର ସହ ରହିଆସୁଥିଲେ । ସୂର୍ୟ୍ୟ ନାରାୟଣଙ୍କ ସ୍ତ୍ରୀ କୁମୁଦୁନୀ ହଠାତ୍ କର୍କଟରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ। କୁମୁଦିନୀଙ୍କ ମୃତ୍ୟୁର ଆଠମାସ ପରେ ହୃଦଘାତରେ ଉଡ଼ିଗଲା ସୂର୍ୟ୍ୟନାରାୟଣଙ୍କ ପ୍ରାଣବାୟୁ ।

ବାପା ମା’ଙ୍କୁ ହରାଇ ବେସାହାରା ହୋଇଗଲେ ଛଅ ପୁଅଝିଅ। ନିଜସ୍ୱ ଘର ନଥିବାରୁ ଭଡାଘରେ ବିତୁଛି ସେମାନଙ୍କ ଜୀବନ । ଏବେ ଘର ଚଳେଇବା କଷ୍ଟକର ହେଉଛି ବୋଲି କହିଛନ୍ତି ବଡ଼ ଭଉଣୀ ସୋଫିଆ ପ୍ରିୟଦର୍ଶନୀ । ସେପଟେ ସାନ ଦୁଇଭାଇ ବାପାଙ୍କ ଗ୍ୟାରେଜରେ ଗାଡ଼ି କାମ କରି ଯାହା ରୋଜଗାର କରନ୍ତି, ସେତିକିରେ ଚଳୁଛି ସେମାନଙ୍କ ପରିବାର । ଏମାନଙ୍କ ଦୁଃଖ ଦେଖିଲେ ଆପେ ଆପେ ଲୁହ ଝରିପଡେ । ଜାଗା ଟିକିଏ ପାଇଁ ଦୀର୍ଘ ୩ ବର୍ଷ ହେବ କୃଷ୍ଣପ୍ରସାଦ ତହସିଲ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି ସୋଫିଆ । ଏହାର ପ୍ରତିବଦଳରେ ମିଳୁଛି ଖାଲି ପ୍ରତିଶ୍ରୁତି । ଖଣ୍ଡିଏ ରାସନକାର୍ଡ ଦେଇ ଚୁପ୍ ବସିଛି ପ୍ରଶାସନ । ସରକାରୀ ନିୟମ ଅନୁଯାୟୀ ସମସ୍ତ ସାହାଯ୍ୟ କରାଯିବ ବୋଲି କୃଷ୍ଣପ୍ରସାଦ ତହସିଲଦାର ଅଭିମନ୍ୟୁ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ