Masthead

ଗୋଟିଏ ଦିନରେ ୧୧ ହେଭିୱେଟ ନେତା ଭରିଲେ ନାମାଙ୍କନ

ବାଲେଶ୍ଵରରେ(ବଡ଼ ଖବର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ଵରରେ ଚାଲିଛି ପ୍ରାର୍ଥୀ ନାମାଙ୍କନ ଦାଖଲ । ୭ ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ୧୪ରେ ହେବ ଶେଷ । ଗୋଟିଏ ଦିନରେ ତିନି ଦଳର ୧୧ ହେବିୱେଟ ନେତା ଭରିଲେ ନାମାଙ୍କନ । ତେବେ ୪ ଦିନରେ ବହୁ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ମାନଙ୍କ ମଧ୍ୟରୁ ବାଲେଶ୍ଵର ଲୋକସଭା ବିଜେଡି ପ୍ରାର୍ଥୀ ଲେଖା ଶ୍ରୀ ସାମନ୍ତ ସିଂହାର , ଜଳେଶ୍ଵର ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର , ବସ୍ତା ବିଜେଡି ପ୍ରାର୍ଥୀ ସୁବାସିନି ଜେନା , ସୋର ବିଜେଡି ପ୍ରାର୍ଥୀ ମାଧବ ଧଡା, ରେମୁଣା ବିଜେଡି ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ , ଭୋଗରାଇ ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ , ସିମୁଳିଆ କଂଗ୍ରେସ୍ ପ୍ରାର୍ଥୀ ହିଂମାଶୁ ଶେଖର ବେହେରା , ଭୋଗରାଇ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ , ସୋର କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଧଡ଼ା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସିମୁଳିଆ ବିଜେପି ପ୍ରାର୍ଥୀ ପଦ୍ମ ଲୋଚନ ପଣ୍ଡା ଦାଖଲ କରିଛନ୍ତି ।

ବାଲେଶ୍ୱର ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ନୀଳଗିରିର ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆ ନୀଳଗିରି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଭଳି ହେବି ୱାଟ୍ ନେତା ଏଯାଏଁ ନାମାଙ୍କନ କରିନାହାନ୍ତି । ଯାହା ଜଣା ପଡୁଛି ହୁଏତ ନାମାଙ୍କନର ଶେଷ ଦିନରେ ଏ ସମସ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଭରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?