Masthead

ଧରାପଡ଼ିଲେ ୩ ଜୁଆଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାର୍ବଣ ଋତୁରେ ସକ୍ରିୟ ହୋଇଉଠିଛନ୍ତି ଜୁଆଡି । ଦଶହରା ବଜାରରେ ମାଲାମାଲ ହେବା ପାଇଁ ଜୁଆଆଡ୍ଡାରେ ଭିଡ ଜମୁଛି । ଗାଁଠୁ ସହର ସବୁଠି ଚାଲିଛି ଖୁଲମଖୁଲା ଜୁଆଖେଳ । କୋଉଠି ପୋଲିସ ଅଜ୍ଞାତରେ ତ ପୁଣି କୋଉଠି ପୋଲିସର ଜାଣତରେ ।

ଏମତି ଏକ ଜୁଆଆଡ୍ଡା ଉପରେ ଚଢଉ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବାଲିଅନ୍ତା ପୋଲିସ । ବଇଁଚୁଆ ହାଇସ୍କୁଲ ପରିସରରେ ଜୁଆଖେଳ ହେଉଥିବା ବେଳେ ପୋଲିସ ଚଢଉ କରିଥିଲା । ଅଭିଯୁକ୍ତମାନେ ହେଲେ ବଇଁଚୁଆ ଗାଁର ବାବାଜୀ ସାହୁ, କୈଳାଶ ସାହୁ ଏବଂ ସରୋଜ ସାହୁ । ଅଭିଯୁକ୍ତଙ୍କ ପାଖରୁ ୧୬ ହଜାର ୭ ଶହ ଟଙ୍କା, ୨ଟି ସ୍କୁଟି, ୩ ମୋବାଇଲ ଓ ୫ ପ୍ୟାକେଟ୍ ତାସ ଜବତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ