ଖୁଣ୍ଟିରେ ବନ୍ଧାହେଲା ମାଛଚୋର

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦିନେ କି ଦୁଇଦିନ ନୁହଁ । ୬ମାସ ଧରି ମାଛଚୋରି ହେଉଥିଲା । କେହି ବି ଚୋରି ବାବଦରେ ଟେର୍ ପାଉନଥିଲେ । ରାତି ଅଧରେ ଗାୟବ ହେଇଯାଉଥିଲା ରୋହି, ଭାକୁର, କଉ ଭଳି ମାଛ । ମାଛଚୋରିରେ ମଜ୍ଜି ଯାଇଥିଲା ଚୋର । ଶେଷରେ ଧରାପଡିଲା, ଖୁଣ୍ଟିରେ ବନ୍ଧାହେଲା ।

ଦଶପଲ୍ଲା ଏନଏସି ୱାର୍ଡ ନଂ-୭ ବାରପୁରିକିଆ ଗାଁର ମାନସ ରଞ୍ଜନ ଘଡେଇ ପେସାରେ ମାଛ ବ୍ୟବସାୟୀ । ପ୍ରତିଦିନ ପିକଅପ୍ ଭ୍ୟାନ ଯୋଗେ ମାଛ ଆଣି ନିଜ ଘରପାଖେ ଥିବା ଏକ କୋଠାରେ ରଖି ସକାଳୁ ଦୋକାନକୁ ନେଇ ବିକ୍ରି କରିଥାନ୍ତି । ଏପରିକି ସେ ଛୋଟ ବ୍ୟବସାୟୀଙ୍କୁ ମାଛ ଯୋଗାଇଥାନ୍ତି । ମାନସ କହିଛନ୍ତି, ୬ ମାସ ଧରି ତାଙ୍କ ମାଛଚୋରି ହେଉଥିଲା । ଗତରାତିରେ ପିକଅପ ଭ୍ୟାନରୁ ମାଛରଖି ମାନସ ଓ ତାଙ୍କ ଭାଇ ରାତିରେ ପଇଁତରା ମାରୁଥିଲେ ।

ଠିକ୍ ରାତି ୩ଟାରେ ବାଇକରେ ଜଣେ ଆସି ପ୍ରାୟ ୧୦ କେଜି ମାଛଧରି ଛୁ ମାରିବା ବେଳେ ମାନସ ଓ ତାଙ୍କ ଭାଇ ଚୋରକୁ କାବୁ କରିନେଇଥିଲେ । ଏହାପରେ ଗାଁଲୋକ ଉଠିବା ପରେ ଚୋରକୁ ଧରି ଏକ ଘୁଣ୍ଟିରେ ବାନ୍ଧିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଉକ୍ତ ଚୋରକୁ ଥାନାକୁ ନେଇଯାଇଥିଲା । ଉକ୍ତ ଚୋରଟି ଧୋବାସାହିର ରମେଶ ଦାସ ବୋଲି ଜଣାପଡିଛି ।

ଅନ୍ୟପଟେ ଦୀର୍ଘ ୨ ବର୍ଷ ଧରି ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ହେଉଛି । କେତେବେଳେ କ୍ୟାବିନ୍ ଚୋରି ତ କେତେବେଳେ ରାସନ ଚୋରି । ରାତିରେ ପାଟ୍ରୋଲିଂ ସତ୍ୱେ ଚୋରି ବଢୁଥିବା ପୋଲିସର ନିଦ ହଜାଇ ଦେଇଛି । ସାଧାରଣରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!