Masthead

ଦୁବାଇ ଯିବେ ମାଲକାନଗିରିର ବଣ୍ଡା ଛାତ୍ରୀ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଦୁବାଇ ଯିବେ ମାଲକାନଗିରି ଜିଲ୍ଲାର ବଣ୍ଡା ଛାତ୍ରୀ। ମାଲକାନଗିରିରେ ଆଇଟିଆଇ ଟ୍ରେନିଂ ନେଉଥିବା ବଣ୍ଡା ଜନଜାତିର ଛାତ୍ରୀ ବୁଦ୍ରୀ କିର୍ଷାନି ଦୁବାଇ ଯିବେ । ସ୍କିଲ ଇଣ୍ଡିଆ ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରୁ ଦୁବାଇ ଯିବେ କୃତ୍ତି ଛାତ୍ରଛାତ୍ରୀ। ଦେଶ ଦେଶ ମଧ୍ୟରେ ଜ୍ଞାନ କୌଶଳର ଆଦାନ ପ୍ରଦାନ ପାଇଁ ଓଡ଼ିଶାର ୫ଜଣ ଛାତ୍ରଛାତ୍ରୀ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଦାନ୍ତିପଡ଼ା ଗ୍ରାମରେ ବଣ୍ଡା ଯୁବତୀ ବୁଦ୍ରୀ କିର୍ଷାନି । ଇପିକଲ ପକ୍ଷରୁ ଦୁବାଇରେ କରାଯାଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି ବାପା-ମାଆ ଛେଉଣ୍ଡ ବଣ୍ଡା ଜନଜାତିର ବୁଦ୍ରୀ କିର୍ଷାନି । ମାଲକାନଗିରି ଜିଲ୍ଲା ଆଇଟିଆଇରେ ପାଠ ପଢ଼ାରେ ସଫଳ ହେବାପରେ ବୁଦ୍ରୀଙ୍କ ନାମ ଡାଇରେକ୍ଟର ଅଫ ଟେକ୍ନିକାଲ ଏଜୁକେସନ ନିର୍ଦ୍ଦେଶକଙ୍କୁ ସୁପାରିଶ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ