Before Header

ଭୁବନେଶ୍ୱର ,ଝାରସୁଗୁଡା ଉତ୍ତପ୍ତ ସହର

0 31

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ଏବଂ ଝାରସୁଗୁଡା ଉତ୍ତପ୍ତ ସହର ପାଲଟିଛି । ଉଭୟ ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି ।  ସେହିପରି ସମ୍ବଲପୁର ୪୦.୬ ଡ଼ିଗ୍ରି ଥିବାବେଳେ ଚାନ୍ଦବାଲିରେ ୪୦ ହୀରାକୁଦରେ ୩୯.୪, କେନ୍ଦୁଝରରେ ୩୭.୨, ବାଲେଶ୍ୱରରେ ୩୫.୮, ଗୋପାଳପୁରରେ ୩୪.୮, ପୁରୀରେ ୩୩.୬, ପାରାଦୀପରେ ୩୨.୦ ଡ଼ିଗ୍ରି ରେକର୍ଡ଼ କରାଯାଇଛି । ସେପଟେ ରବିବାର ଠାରୁ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ତାପମାତ୍ରା କମିବ।

Leave A Reply

Your email address will not be published.