‘ବନ୍ଦେ ଭାରତ’ ଟ୍ରେନକୁ ପଥର ମାଡ଼, ଯାତ୍ରୀ ଅସନ୍ତୋଷ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣିଥରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ । ଟ୍ରେନଟି ହାୱଡା ଯାଉଥିବାବେଳେ ଫରକ୍କା ନିକଟରେ ପଥର ମାଡ଼ ହୋଇଥିଲା । ଫଳରେ ଟ୍ରେନର କାଚ ଭାଙ୍ଗି ଯାଇଥିଲା । ରେଲୱେ ଅଧିକାରୀ କୌଶିକ ମିଶ୍ର ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଗମ୍ଭିରତାର ସହ ନିଆଯାଇଛି । ସେହିଭଳି ଆଗକୁ ଯେମିତି ଏହି ଘଟଣାର ପୁନରାବୃତ୍ତି ନ ହୁଏ ଏହାକୁ ନେଇ ସଚେତନ କରାଯାଇଛି ।

ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଯାଇଛି । ଆଉ କେତେଜଣ ଦ୍ୱିତୀୟ ଥର ଯାତ୍ରା କରିବାକୁ ନେଇ ଭୟଭୀତ ହୋଇଯାଇଥିବା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ବି ଦାର୍ଜିଲିଂର ଫାଁସିଦେବାରେ ବି ବନ୍ଦେ ଭାରତ ଟ୍ରେନ ଉପରେ ପଥରମାଡ ହୋଇଥିଲା । ଯେଉଁଥିରେ ଟ୍ରେନର ଅଧିକାଂଶ କାଚ ଭାଙ୍ଗି ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!