Masthead

ସାଧାରଣ ବର୍ଗଙ୍କ ପାଇଁ ଚାଲିବ ‘ବନ୍ଦେ ସାଧାରଣ ଟ୍ରେନ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):‘ବନ୍ଦେ ଭାରତ ଏକ୍ସପ୍ରେସ’ ପ୍ରାୟ ସମସ୍ତ ବଡ ସହର ସହ ଯୋଡି ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି । ସେଥିପାଇଁ ଲୋକେ ଖୁବ ଆରାମରେ ଏଥିରେ ଯାତ୍ରା କରୁଛନ୍ତି । କିନ୍ତୁ ଏହି ଟ୍ରେନରେ ଭଡା ଅଧିକ ଥିବାରୁ ଏବେ ବି ଦେଶର ଅନେକ ଜନତା ଏଥିରେ ଯତାୟତ କରିପାରୁନାହାନ୍ତି । ତେବେ ସେହି ସାଧାରଣ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ଏବଂ ଦେଶର ସାଧାରଣ ଲୋକେ କିପରି ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଫାଇଦା ନେଇପାରିବେ ସେଥିପାଇଁ କେନ୍ଦ୍ର ସରକାର ଗରିବ ଜନତାଙ୍କ ବଜେଟ ରେ ‘ବନ୍ଦେ ସାଧାରଣ ଟ୍ରେନ’ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଶେଷ ସୁତ୍ରରୁ ଜଣାପଡିଛି ଯେ ‘ବନ୍ଦେ ସାଧାରଣ ଟ୍ରେନ’ ସେହି ରୁଟ୍ ରେ ଚଳାଚଳ କରିବ ଯେଉଁ ରୁଟ୍ ରେ ପ୍ରବାସୀ ଶ୍ରମିକଙ୍କ ଯାତାୟତ ଅଧିକ ରହିଛି । ଏବଂ ଟ୍ରେନରେ ଭିଡ ଯମୁଛି । ଏଥିଲାଗି ରେଳ ବିଭାଗ ପକ୍ଷରୁ ସର୍ଭେ ମଧ୍ୟ କରାଯାଇଛି । ଏହି ଟ୍ରେନର ନିର୍ମାଣ କାର୍ଯ୍ୟ ଚେନ୍ନାଇ ଇଣ୍ଟିଗ୍ରାଲ ଠାରେ ଆରମ୍ଭ ହୋଇଯାଇଛି । ଆଉ ମାତ୍ର କିଛି ମାସ ଭିତରେ ଏହାର କାର୍ଯ୍ୟ ଶେଷ ହେବ । ଏଥିରେ ସବୁ ଦ୍ୱିତୀୟ ଶ୍ରେଣୀ ର ଡବାରହିବ ।

ଏହି ଦୃଷ୍ଟିରୁ ଏଥିରେ ଯାତ୍ରୀ ଭଡା ବି କମ୍ ରହିବ । ‘ବନ୍ଦେ ଭାରତ ଏକ୍ସପ୍ରେସ’ ଭଳି ଏହି ଟ୍ରେନରେ ମଧ୍ୟ ସମସ୍ତ ସୁବିଧା ରହିବ । ସୁରକ୍ଷା ପାଇଁ ଏଥିରେ ସିସିଟିଭି କ୍ୟାମେରା ବି ଲଗାଯିବ । ଟ୍ରେନର ସ୍ପିଡ଼୍ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଠାରୁ ଅଧିକ ରହିବ ଓ ଏହାର ଷ୍ଟପେଜ୍ ସଂଖ୍ୟା କମ ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ