Masthead

ପୁଣି ଅଶାନ୍ତ ବାଂଲାଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ବାଂଲାଦେଶ ଅଶାନ୍ତ । ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡା ଅନ୍‌ଲାଇନ୍‌ରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହାସିନା । ଶେଖ୍ ହାସିନାଙ୍କ ବାପା ମୁଜିବୁର ରେହମାନ୍‌ଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ । ଘରେ ପଶି ଭଙ୍ଗାରୁଜା କଲେ ହଜାର ହଜାର ଆନ୍ଦୋଳନକାରୀ । ହାସିନାଙ୍କ ଦଳ ଆୱାମୀ ଲିଗ୍‌ ବ୍ୟାନ୍‌ କରିବାକୁ ବିକ୍ଷୋଭକାରୀଙ୍କ ଦାବି । ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ି ପଳାୟନ କରିଛନ୍ତି ଶେଖ୍ ହସିନା ।

ହସିନା ରାତି ୯ଟାରେ ଭାଷଣ ଦେବା ମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା । ହଜାର ହଜାର ଲୋକ ସୋସିଆଲ ମିଡିଆରେ ବୁଲଡୋଜର ଶୋଭାଯାତ୍ରା ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ । ଏହାର ଜବାବରେ ଶେଖ ହସିନା କହିଛନ୍ତି, ସେମାନେ ଏକ କୋଠା ଭାଙ୍ଗିପାରିବେ କିନ୍ତୁ ଇତିହାସ ନୁହଁ । ସେମାନେ ଏହା ମଧ୍ୟ ମନେ ରଖିବା ଦରକାର ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ । ବାଂଲାଦେଶରେ ଏବେ ଯେଉଁ ଅନ୍ଧକାର ଘଟିଛି ତାହା ଦିନେ ଶେଷ ହେବ ବୋଲି କହିଛନ୍ତି ଶେଖ୍ ହସିନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ