କେନ୍ଦୁଝରରେ ଅଖ ଚକ ବନ୍ଦ

ଘଷିପୁରା (ବଡ଼ ଖବର ବ୍ୟୁରୋ): ଶୁଆକାଠି ଖଣିରୁ ଗୁହାଳଡ଼ିହି ଯାଏଁ ରେଳ ସଂଯୋଗୀ କରଣକୁ ବିରୋଧ କରି କେନ୍ଦୁଝର ଜିଲ୍ଲାକୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଲେ ଜିଲ୍ଲା ଟ୍ରକ ମାଲିକ ସଙ୍ଘ । ଆଜି କେନ୍ଦୁଝର ଜିଲ୍ଲା ହସନପୁର ଟୋଲ ପ୍ଲାଜା ନିକଟରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ରାଜପଥ ୨୦ ନଂ ପାର୍ଶ୍ୱରେ ଠିଆ ହୋଇ ରହିଛି ହଜାର ହଜାର ଗାଡି। ଯାତାୟାତ ବାଧାପ୍ରାପ୍ତ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଟ୍ରକ ମାଲିକ ସଙ୍ଘର ମୁଖ୍ୟ ଦାବି ରହୁଛି ଓଏମସି ଶୁଆକାଠି ଠାରୁ ଗୁହାଳୀଡ଼ିହିକୁ ରେଳସଂଯୋଗୀକରଣ କରି ଲୁହାପଥର ପରିବହନ ପ୍ରସ୍ତାବ ଯୋଗୁ ଜିଲ୍ଲାର ଅନେକ ଟ୍ରକ ମାଲିକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ଡ୍ରାଇଭର ସଂଘ, ବଣିକ ସଂଘ , ବସ ମାଲିକ ସଂଘ ତଥା ସାଧାରଣ ଲୋକ ଅର୍ଥନୀତିକ ଦୂରାବସ୍ଥା ଭୋଗିବେ । ତେଣୁ ଏହି ପ୍ରସ୍ତାବକୁ ବିରୋଧ କରି ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ଅଖଚକ ବନ୍ଦ ।

ଆନନ୍ଦପୁରର ଜାତୀୟ ରାଜପଥ ୨ ର ହସନପୁର ଟୋଲଗେଟ୍ ନିକଟରେ ଟ୍ରକ ମାଲିକମାନେ ଏକତ୍ରିତ ହୋଇ ସମସ୍ତ ଯାନବାହାନ ଅଟକ ରଖୁଥିବା ଦେଖିବାକୁ ମିଳିଛି। ଏଥି ସହିତ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସବୁ ବନ୍ଦ କରାଯାଉଥିବା ନଜର ଆସିଛି। ଏହି ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଥିବା ବେଳେ ବନ୍ଦ ସୁରୁଖୁରୁରେ ଚାଲିଥିବା ଟ୍ରକ ମାଲିକ ସଙ୍ଘର ଉପସଭାପତି ପଦ୍ମଲୋଚନ ସାହୁ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ