Masthead

କେନ୍ଦୁଝରରେ ଅଖ ଚକ ବନ୍ଦ

ଘଷିପୁରା (ବଡ଼ ଖବର ବ୍ୟୁରୋ): ଶୁଆକାଠି ଖଣିରୁ ଗୁହାଳଡ଼ିହି ଯାଏଁ ରେଳ ସଂଯୋଗୀ କରଣକୁ ବିରୋଧ କରି କେନ୍ଦୁଝର ଜିଲ୍ଲାକୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଲେ ଜିଲ୍ଲା ଟ୍ରକ ମାଲିକ ସଙ୍ଘ । ଆଜି କେନ୍ଦୁଝର ଜିଲ୍ଲା ହସନପୁର ଟୋଲ ପ୍ଲାଜା ନିକଟରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ରାଜପଥ ୨୦ ନଂ ପାର୍ଶ୍ୱରେ ଠିଆ ହୋଇ ରହିଛି ହଜାର ହଜାର ଗାଡି। ଯାତାୟାତ ବାଧାପ୍ରାପ୍ତ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଟ୍ରକ ମାଲିକ ସଙ୍ଘର ମୁଖ୍ୟ ଦାବି ରହୁଛି ଓଏମସି ଶୁଆକାଠି ଠାରୁ ଗୁହାଳୀଡ଼ିହିକୁ ରେଳସଂଯୋଗୀକରଣ କରି ଲୁହାପଥର ପରିବହନ ପ୍ରସ୍ତାବ ଯୋଗୁ ଜିଲ୍ଲାର ଅନେକ ଟ୍ରକ ମାଲିକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ଡ୍ରାଇଭର ସଂଘ, ବଣିକ ସଂଘ , ବସ ମାଲିକ ସଂଘ ତଥା ସାଧାରଣ ଲୋକ ଅର୍ଥନୀତିକ ଦୂରାବସ୍ଥା ଭୋଗିବେ । ତେଣୁ ଏହି ପ୍ରସ୍ତାବକୁ ବିରୋଧ କରି ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ଅଖଚକ ବନ୍ଦ ।

ଆନନ୍ଦପୁରର ଜାତୀୟ ରାଜପଥ ୨ ର ହସନପୁର ଟୋଲଗେଟ୍ ନିକଟରେ ଟ୍ରକ ମାଲିକମାନେ ଏକତ୍ରିତ ହୋଇ ସମସ୍ତ ଯାନବାହାନ ଅଟକ ରଖୁଥିବା ଦେଖିବାକୁ ମିଳିଛି। ଏଥି ସହିତ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସବୁ ବନ୍ଦ କରାଯାଉଥିବା ନଜର ଆସିଛି। ଏହି ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଥିବା ବେଳେ ବନ୍ଦ ସୁରୁଖୁରୁରେ ଚାଲିଥିବା ଟ୍ରକ ମାଲିକ ସଙ୍ଘର ଉପସଭାପତି ପଦ୍ମଲୋଚନ ସାହୁ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା