Masthead

ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ଶେଖ ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କଲେ ବାଂଲାଦେଶ ସେନା ମୁଖ୍ୟ । ଢାକା ଛାଡ଼ି ଶେଖ ହସିନା ବିଦେଶ ଯାଉଥିବା ଚର୍ଚ୍ଚା  ହେଉଛି ।  ଦୀର୍ଘଦିନ ହେଲା କ୍ଷମତାରେ ଥିବେ ଶେଖ ହସିନା ଣେ ଇସ୍ତଫା ଦେବା ସହ ପରିବାରକୁ ନେଇ ଦେଶ ଛାଡିଦେଇଛନ୍ତି । ବାଂଲାଦେଶରେ ସଂରକ୍ଷଣକୁ ନେଇ ବେଶ କିଛି ଦିନ ହେଲା ରକ୍ତାକ୍ତ ସଂଘର୍ଷ ଜାରି ରହିଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ବି ଗଲାଣି । ଏବେ ସବୁଠୁ ବଡ କଥା ହେଉଛି ବାଂଲାଦେଶ ସେନା ଶାସନ ଭାର ନିଜ କ୍ଷମତାକୁ ନେଇଛି ।

ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେବା ପରେ ସେନା ଏବେ ଶାସନ ଭାର ହାତକୁ ନେଇଥିବା ସୂଚନା ମିଳିଛି । ଭଉଣୀ ଶେଖ ରିହାନାଙ୍କ ସହ ଦେଶ ଛାଡିଛନ୍ତି । ଏକ ସାମରିକ ହେଲିକପ୍ଟରରେ ଦେଶ ଛାଡ଼ିଥିବା ସୂଚନା ମିଳିଛି । ଏହା ସହିତ ବାଂଲାଦେଶରେ ଲାଗୁ ହୋଇଛି ସାମରିକ ଶାସନ । ଇସ୍ତଫା ଦେବା ପାଇଁ ଶେଖ ହସିନାଙ୍କ ଉପରେ ବଢ଼ୁଥିଲା ଚାପ । ସଂରକ୍ଷଣ ପ୍ରତିବାଦରେ ସାରା ଦେଶରେ ଜାରି ରହିଛି ହିଂସା । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଜାରି ରହିଥିଲା ଆନ୍ଦୋଳନ । ସେପଟେ ପରିସ୍ଥିତି ଦେଖି ଭାରତ ତାର ନାଗରିକଙ୍କୁ ସତର୍କ ରହିବାକୁ ଆଡଭାଇଜରୀ ଜାରି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ