Masthead

ଆତ୍ମବିଶ୍ବାସ ର ପ୍ରତିକ ବଏଲ୍ ଯାତ୍ରା ନିରାଡ଼ମ୍ବରେ ସମ୍ପନ୍ନ

 

ରେଙ୍ଗାଲି , (ବଡ ଖବର ବ୍ଯୁରୋ)

ତନ୍ତ୍ର, ମନ୍ତ୍ର, ସାଧନା,ଏକାଗ୍ରତା ଓ ଆତ୍ମବିଶ୍ବାସ ର ଜ୍ଵଳନ୍ତ ପ୍ରତିକ ମାଁ ସମଲେଶ୍ବରୀ ଙ୍କ ପୂଜା ଅର୍ଥାତ ବଏଲ୍ ଯାତ୍ରା ଚଳିତ ବର୍ଷ ମହାମାରୀ କରୋନା ର କଟକଣା ଓ ସାମାଜିକ ଦୂରତା କୁ ଆଖିଆଗରେ ରଖି ବିଭିନ୍ନ ପୂଜା କମିଟି ପକ୍ଷରୁ ବିଧି ରକ୍ଷା ପୂର୍ବକ ନିରାଡମ୍ବର ରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡିଶା ସହ ସମ୍ବଲପୁର ଜିଲ୍ଲା ରେ ଥିବା ବିଭିନ୍ନ ଶକ୍ତି ପୀଠ ଅର୍ଥାତ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ରେ ପବିତ୍ର ବିଜୟାଦଶମୀ ପରେ ପରେ ବିଭିନ୍ନ ଦିନମାନଙ୍କରେ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ କରାଯାଥାଏ । ସମ୍ବଲପୁର ଜିଲ୍ଲା ରେ ବଏଲ୍ ଯାତ୍ରା ପାଇଁ ସ୍ବତନ୍ତ୍ର ମାନ୍ୟତା ରଖିଥିବା ଲଇଡା ଗ୍ରାମ ର ବଏଲ୍ ଯାତ୍ରା ୨୫୦ ବର୍ଷ ରେ ପଦାର୍ପଣ କରିଛି। ଏଠାରେ ମଧ୍ୟ ବିଧି ରକ୍ଷା ପୂର୍ବକ ଖୁବ୍ କମ୍ ଭକ୍ତ ଙ୍କ ଉପସ୍ଥିତିରେ ବଏଲ୍ ଯାତ୍ରା ସମ୍ପନ୍ନ ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ର ସାଳଡ, ମଙ୍ଗଳପୁର, କୁଡାପଡା, ଗୁରୁପାଳି, ବମାଲୋଇ, ଲାରିପାଲୀ ,ଜଙ୍ଗଲା, ଖିଣ୍ଡା ଆଦି ଗ୍ରାମ ମାନଙ୍କରେ ମଧ୍ୟ ଏହି ବଏଲ୍ ଯାତ୍ରା କରୋନା କଟକଣା ମଧ୍ୟ ରେ ବିଧି ରକ୍ଷା ପୂର୍ବକ ପାଳନ କରାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲା ର ଶାସନ, ରାଣୀଖିଣ୍ଡା, କିଲାସମା, ଭିକମପୁର, ପରମାଣପୁର ଅଞ୍ଚଳରେ ମଧ୍ୟ ଏହି ବଏଲ୍ ଯାତ୍ରା କରୋନା କଟକଣା ମଧ୍ୟ ପାଳନ କରାଯାଛି। ଏହି କ୍ରମ ରେ ଗତ ଶୁକ୍ରବାର ଦିନ ରେଙ୍ଗାଲି ବ୍ଲକ ରେ ସ୍ବତନ୍ତ୍ର ମାନ୍ୟତା ରଖୁଥିବା ସାଳଡ ଗ୍ରାମର ପ୍ରସିଦ୍ଧ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ପରିସରରେ ମଧ୍ୟ ବଏଲ୍ ଯାତ୍ରା ସମ୍ପନ୍ନ ହୋଇଛି। ବିଧିପୂର୍ବକ ଗ୍ରାମ ର ଗୌନ୍ତିଆ ବିଶ୍ବକେଶନ ବିଶ୍ୱାଳ ଙ୍କ ଘରରୁ ପାହୁର ଅର୍ଥାତ ମାଁ ଙ୍କର ସ୍ବତନ୍ତ୍ର ପୂଜା ସାମଗ୍ରୀ ସହ ଗ୍ରାମ ର ଦୁର୍ଗାପ୍ରସାଦ ନାଥ ଙ୍କ ଘରରୁ ମଧ୍ୟ ପାହୁର ମନ୍ଦିର କୁ ଗଲା ପରେ ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟା ସମୟରେ ଗ୍ରାମ୍ଯ ପୋଖରୀରେ କାଳିସୀ ଆସୁଥିବା ରାଧେଶ୍ଯାମ ଦେହୁରୀ ଙ୍କୁ ବିଧି ପୂର୍ବକ ସ୍ନାନ କରି ମନ୍ଦିର ପରିସରକୁ ଅଣାଯାଇଥିଲା ସେଠାରେ ସେ ଧ୍ଯାନପୂର୍ବକ ଏକାଗ୍ରତାସହ ମାଁ ଙ୍କ ସମ୍ମୁଖରେ ବସିଲାପରେ ତନ୍ତ୍ର, ମନ୍ତ୍ର ସହ ମାଁ ଙ୍କ ଛଡା ଫୁଲ ତାଙ୍କ ମୁଣ୍ଡରେ ଦେଲା ପରେ ମାଁ ଙ୍କ କାଳିସୀ ତାଙ୍କ ଶରୀରରେ ପ୍ରବେଶ କରିଥିଲା। ଏହା ପରେ କାଳିସୀ ରୂପକ ମାଁ ମନ୍ଦିର ପରିସରକୁ ଆସିଥିବା ବିଭିନ୍ନ ମାନସିକ ଧାରି ଭକ୍ତ ମାନଙ୍କର ଦୁଃଖ ସୁଖ ବୁଝି ନିରାକରଣର ଉପାୟ ବତାଇଥିଲେ। କରୋନା କଟକଣା ଯୋଗୁଁ ବଏଲ୍ ଯାତ୍ରା ର ମୁଖ୍ୟ ଆକର୍ଷଣ କୁହାଯାଉଥିବା ବରୁଆ ପରିକ୍ରମା ଓ ଶୋଭାଯାତ୍ରା କୁ ଚଳିତବର୍ଷ ବାତିଲ କରାଯାଇଥିଲା। ଏହାପରେ ବରୁଆ ପାଟ ଅର୍ଥାତ ତାଙ୍କ ଦେହରୁ ଦୈବୀଶକ୍ତି
ଅପସାରଣ ହୋଇଥିଲା। ତା ପର ଦିନ ସକାଳେ ବିଧି ରକ୍ଷା ପୂର୍ବକୁ ମାନସିକ ଧାରୀ ମାନେ ବୋଦା ଓ କୁକୁଡା ବଳି ଦେଇଥିଲେ। ଗ୍ରାମ ର ସମସ୍ତ ଯୁବକ ମାନଙ୍କର ଉଦ୍ଯମକ୍ରମେ ଶାନ୍ତି ଶୃଙ୍ଖଳାର ସହ ବଏଲ୍ ଯାତ୍ରା ସଂପର୍ଣ୍ଣ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି