Masthead

ବଂଶଧାରା ଆଁରେ ଲୀନ ହେବ ଗାଁ

ଗୁଣପୁର (ବଡ଼ ଖବର ବ୍ୟୁରୋ): କୂଳ ଲଙ୍ଘୁଛି ବଂଶଧାରା ନଦୀ । ଦୁଇ ଭାଗର ଗାଁ ସାଙ୍ଗକୁ ଚାଷଜମି ଧୀରେ ଧୀରେ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ନଦୀର ଦୁଇପାଖରେ ଥିବା ଲୋକମାନେ ଆଶା ଆଶଙ୍କାରେ ଜୀବନ ସହ ଅତିବାହିତ କରୁଛନ୍ତି । ଗୁଡ଼ାରିଠାରୁ ଆରମ୍ଭ କରି ଗଜପତି ସୀମାନ୍ତର ପ୍ରାୟ ୫୦ ଖଣ୍ଡ ଗାଁର ଲୋକେ ଏବେ ଆତଙ୍କିତ । ବର୍ଷାଦିନ ଆସିଲେ ବଂଶଧାରା ଅଵବାହିକାରେ ଥିବା ଗୁଡାରି, ସାନହୁମା,ବେଣ୍ଟୁଗୁଡା, ନାଇରା କରେଇଗୁଡା, ଖାଲ ଗୁମୁଡ଼ା ଲିମାପଦର, ଭାମିନି, ସେରମା,ଡେରିଗାଁ,କର୍ଣ୍ଣପାଡୁ,ଗୁଣପୁ. ଗାଡ଼ିଆଖଳା ଆଦି ଗ୍ରାମର ଲୋକଙ୍କ ମନରେ ଛନକା ପଶିଯାଉଛି ।

ପ୍ରତିବର୍ଷ ଏହି ନଦୀରେ ବନ୍ୟାଜଳ ଆସି ଶହ ଶହ ଏକର ଚାଷଜମି ନଷ୍ଟ ହେବା ସହ ଫସଲ ଉଜୁଡି ଯାଉଛି । ମାଟି ଅତଡ଼ା ଖସି ଅନେକ ଚାଷଜମି ନଦୀ ଗର୍ଭରେ ଲୀନ ହେଲାଣି । ପ୍ରଭାବିତ ହେବାରେ ଲାଗିଛି ଲୋକଙ୍କ ଜୀବନ ଜୀବିକା । ସ୍ଥାୟୀ ପ୍ରତିକାର ସ୍ୱରୂପ ବଂଶଧାରାରେ ଆଡ଼ିବନ୍ଧ ନିର୍ମାଣ ପାଇଁ ଦାବି ଜୋର ଧରିଛି । ଅନେକ ଥର ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ଯାଏ ସ୍ମାରକପତ୍ର ଦିଆଯାଇଛି । ମାତ୍ର ମିଳୁଛି େବେବଳ ପ୍ରତିଶ୍ରୁତି । କେବଳ ପ୍ରତିଶୃତି ମିଳିବା ଛଡା ଆଉ କିଛି ସୁଫଳ ମିଳିନାହିଁ । ତୁରନ୍ତ ଆଡ଼ିବନ୍ଧ ନିର୍ମାଣ ନହେଲେ ଲିମାପଦର ଭଳି ବହୁ ଗାଁ ବଂଶଧାରାର ଆଁରେ ଲୀନ ହୋଇଯିବ । ଭୁଗୋଳରୂ ଉଭେଇ ଯିବ ରହିବ କେବଳ ଇତିହାସରେ । ରାଜ୍ୟ ସରକାର କେବେ ବଂଶଧାରା ତଟବାସୀଙ୍କ ଦୁଃଖ ଶୁଣିବେ ଆଉ ଆଡ଼ିବନ୍ଧ ନିର୍ମାଣ ଏବେ ଦେଖିବାର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ