Masthead

ଦଶମ ଶ୍ରେଣୀର ଛାତ୍ର ସାଇବର ଏକ୍ସପର୍ଟ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ବୟସରେ ଛୋଟ ହେଲେ କାର୍ଯ୍ୟ କରିବାରେ ବଡ଼ । ଛୋଟ ବୟସରେ ସେ ପାଲଟିଛନ୍ତି ସାଇବର ଏକ୍ସପୋର୍ଟ । କମ୍ପୁଟର ୱେବ୍ ଦୁନିଆ ହ୍ୟାକରଙ୍କୁ ଜବତ କରିବା ତଥା ତଥ୍ୟ ଚୋରି କରିବାକୁ ରୋକିବା ଦିଗରେ ବେଶ୍ ସଫଳତା ସହିତ କାର୍ୟ୍ୟ କରି ଲାଇବେରିଆରୁ ମିଳିଛି ପ୍ରଶଂସା ଓ ଚାକିରିର ଅଫର୍ ।

ଏହି ସଫଳତା ପାଇଥିବା ଛାତ୍ର ହେଲେ ଫୁଲବାଣୀର ସୌମ୍ୟ ରଞ୍ଜନ ସାହୁ । ସେ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି । ଖଳ ପ୍ରକୃତିର ହ୍ୟାକରଙ୍କୁ ଚିହ୍ନଟ କରି ପୋଲିସ ,ସରକାର ଏବଂ ଏମିତି ଅଗଣିତ ଲୋକଙ୍କୁ ସହାୟତା ପ୍ରଦାନ କରନ୍ତି । ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଅର୍ଥ ମନ୍ତ୍ରାଳୟର ୱେବ୍ ପେଜ ହ୍ୟାକ ହେବା ସହିତ ପେଜ ମଧ୍ୟରେ ଅର୍ଥ ଆତ୍ମସାତ୍ କରୁଥିଲେ ।

ସୂଚନା ପାଇବା ପରେ ହ୍ୟାକରଙ୍କୁ ଟ୍ରାକ କରିବା ସହିତ ଡିଜିଟାଲ ପ୍ରମାଣ ସବୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେଠାକାର ପେଜ ଠିକ୍ ହୋଇ ଯାଇଥିଲା ପରେ ସେଠାକାର ସରକାର ବ୍ଲାକ୍ ହେଡ୍ ହ୍ୟାକରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ ସୌମ୍ୟାଙ୍କୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ