Masthead

ମିଳୁନି ଜମା ଟଙ୍କା : ଚିନ୍ତାରେ ଜମାକାରୀ

ବାରିପଦା, (ବଡ଼ ଖବର ବ୍ୟୁରୋ): ବାରିପଦାର ସ୍ଥାନୀୟ କୋପରେଟିଭ ବ୍ୟାଙ୍କ ଭାବରେ ପରିଚିତ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କ । ଏହି ବ୍ୟାଙ୍କରେ ବହୁ ଜମାକାରୀ ନିଜ କଷ୍ଟ ଉର୍ପାଜିତ ଅର୍ଥକୁ ଜମା ରଖିଥିଲେ । ବ୍ୟାଙ୍କର ଏନ.ପି.ଏ.ବଢିଯିବା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାରଣରୁ ୨୦୧୨ ମସିହାରେ ବାରିପଦା ଆର୍ବାନ କୋପରେଟିଭ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଧାରା ୩୫ (କ) ଆଧାରରେ ବିଭିନ୍ନ କଟକଣା ଲଗାଇଥିଲେ । ଘଟଣା ଜଟିଳ ହେବାରୁ ଏହି ବ୍ୟାଙ୍କ ସମନ୍ଧୀୟ ମାମଲା ନେଇ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ କୁ ଯାଇଥିଲେ ଜମାକାରୀ ଓ ରିଜର୍ଭ ବ୍ୟାଙ୍କ ।

ବହୁ ବାଦବିବାଦ ପରେ ଶେଷରେ ମାନ୍ୟବର ଓଡିଶା ହାଇକୋର୍ଟ ଗତ ସେପ୍ଟେମ୍ବର ୧୫ ତାରିଖରେ ଜମାକାରୀଙ୍କୁ ୮ ସପ୍ତାହ ମଧ୍ୟରେ ତାଙ୍କ ଜମାରାଶି ଫେରାଇବାର ଆଦେଶ ଦେଇଥିଲେ । ଇତି ମଧ୍ୟରେ ୮ ସପ୍ତାହରୁ ୩ ସପ୍ତାହ ବିତିବାକୁ ବସିଲାଣି, ହେଲେ ଅଦ୍ୟାବଧି ଜମାକାରୀ ମାନେ ନିଜ ଜମାରାଶି ଫେରିପାଇବା ଆଶାରେ ପ୍ରତ୍ୟକ ଦିନ ବ୍ୟାଙ୍କକୁ ଆଶି ନିରାଶ ହୋଇ ଫେରୁଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଆଦେଶ ନମିଳିବା ପର୍ଯ୍ୟନ୍ତ ଜମାଟଙ୍କା ଫେରସ୍ତ କରାଯାଇ ପାରିବନାହିଁ ବୋଲି କହୁଛନ୍ତି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଇଣ୍ଟରନେଟ ଯୁଗ ହୋଇଥିବା ବେଳେ ବାରିପଦା ଆର୍ବାନ କୋପରେଟିଭ ବ୍ୟାଙ୍କରେ କିନ୍ତୁ ସମସ୍ତ କାର୍ୟ୍ୟ ମେନୁଆଲ ପଦ୍ଧତିରେ ଚାଲିଛି । ଏହାସହ ବ୍ୟାଙ୍କ ଅଧିନରେ ୭୨ ହଜାରରୁ ଆଧିକ ଜମାଖାତା ଥିବାବେଳେ, ବ୍ୟାଙ୍କର ରାଇରଙ୍ଗପୁର, ଉଦଳା, କରଞ୍ଜିଆ ସହ ମୁଖ୍ୟ କାର୍ୟ୍ୟାଳୟ ବାରିପଦାରେ କାର୍ୟ୍ୟରତ କର୍ମଚାରୀ ସଂଖ୍ୟା ହାତଗଣତି ମାତ୍ର ୨୨ଜଣ । ବର୍ତ୍ତମାନ ଜମାକାରୀଙ୍କ ପାଖରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜମା ସମନ୍ଧୀୟ ସମସ୍ତ କାଗଜପତ୍ରର ଜେରକ୍ସ ନେଇ ରାଜ୍ୟ ସରକାରଙ୍କ ଆଦେଶ ମିଳିବା ପରେ ଏସବୁ ଡକୁମେଣ୍ଟର ଅରିଜିନାଲ ସହ ମେଳ କରାଯିବା ପରେ ଯାଇ ଜମାକାରୀଙ୍କ ଜମାରାଶି ଫେରସ୍ତ କରାଯିବ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଗକୁ ଆଉ ମାତ୍ର ପାଞ୍ଚ ସପ୍ତାହ ଥିବା ବେଳେ, ଏସବୁ କାର୍ଯ୍ୟ କେବଳ ରାଜ୍ୟ ସରକାରଙ୍କ ଆଦେଶ ମିଳିବା ମାତ୍ରେ ହୋଇଯିବ ବୋଲି କହିଛନ୍ତି ବ୍ୟାଙ୍କ ପ୍ରବନ୍ଧକ ଦମୟନ୍ତି ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା