Masthead

ନୃଶଂସ ପୁଅର ନାରକୀୟ କାଣ୍ଡ, ଟଙ୍କା ପାଇଁ ବାପାକୁ ବାଡେଇ ନାଳରେ ଫିଙ୍ଗିଲା

ବୌଦ୍ଧ (ବଡ଼ ଖବର ବ୍ୟୁରୋ):  ଟଙ୍କା ପାଇଁ ବୃଦ୍ଧ ବାପାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ । ଅଭିଯୁକ୍ତ ବଡ଼ପୁଅକୁ ଗିରଫ କରି କୋର୍ଟ ଚାଲାଣ କଲା ବାଉଁଶୁଣି ପୋଲିସ୍। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଉଦିଆପଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ବଉଦିଆପଡ଼ା ଗ୍ରାମର ବୃଦ୍ଧ ବାପ କୀର୍ତ୍ତନ ସାହୁ ଘରେ ଏକୁଟିଆ ଥିବା ବେଳେ ଦୀର୍ଘ ବର୍ଷ ହେଲା ରାଉଲକେଲାରେ ରହୁଥିବା ତାଙ୍କ ବଡ଼ ପୁଅ ନିଳାମ୍ବର ସାହୁ ହଠାତ୍ ଘରେ ପହଞ୍ଚି ବୃଦ୍ଧବାପା କୀର୍ତ୍ତନ ସାହୁଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ।

ମୁଁ କେଉଁଠୁ ପାଇବି ବୋଲି କହିବାରୁ ହଠାତ୍ ହାତ ମୋଡ଼ିବା ସହ ତଣ୍ଟିଚିପି ମାରିବା ପାଇଁ ଉଦ୍ୟମ କରିବାରେ ବିଫଳ ହେବାରୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲା ଅଭିଯୁକ୍ତ ବଡ଼ ପୁଅ। ବୃଦ୍ଧ ବାପା ଜଣକ ଚିତ୍କାର କରିବାରୁ ପଡିଶା ଲୋକ ଉଦ୍ଧାର କରିଥିଲେ। ଘଟଣା ସମ୍ବନ୍ଧରେ ବୃଦ୍ଧ ବାପା ଜଣକ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଆସୁଥିବା ବେଳେ ନୃଶଂସ ବଡ଼ ପୁଣି ମାଡ଼ ମାରି ନାଳରେ ପକାଇ ଦେଇଥିଲା। ବାଉଁଶୁଣି ପୋଲିସ୍ ଖବରପାଇ ବୃଦ୍ଧଙ୍କୁ ଅଚେତ୍ ଅବସ୍ଥାରେ ଉକ୍ତ ନାଳରୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ବାଉଁଶୁଣି ପୋଲିସ୍ ଅଭିଯୁକ୍ତ ବଡ଼ପୁଅକୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା