ନୃଶଂସ ପୁଅର ନାରକୀୟ କାଣ୍ଡ, ଟଙ୍କା ପାଇଁ ବାପାକୁ ବାଡେଇ ନାଳରେ ଫିଙ୍ଗିଲା

ବୌଦ୍ଧ (ବଡ଼ ଖବର ବ୍ୟୁରୋ):  ଟଙ୍କା ପାଇଁ ବୃଦ୍ଧ ବାପାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ । ଅଭିଯୁକ୍ତ ବଡ଼ପୁଅକୁ ଗିରଫ କରି କୋର୍ଟ ଚାଲାଣ କଲା ବାଉଁଶୁଣି ପୋଲିସ୍। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଉଦିଆପଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ବଉଦିଆପଡ଼ା ଗ୍ରାମର ବୃଦ୍ଧ ବାପ କୀର୍ତ୍ତନ ସାହୁ ଘରେ ଏକୁଟିଆ ଥିବା ବେଳେ ଦୀର୍ଘ ବର୍ଷ ହେଲା ରାଉଲକେଲାରେ ରହୁଥିବା ତାଙ୍କ ବଡ଼ ପୁଅ ନିଳାମ୍ବର ସାହୁ ହଠାତ୍ ଘରେ ପହଞ୍ଚି ବୃଦ୍ଧବାପା କୀର୍ତ୍ତନ ସାହୁଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ।

ମୁଁ କେଉଁଠୁ ପାଇବି ବୋଲି କହିବାରୁ ହଠାତ୍ ହାତ ମୋଡ଼ିବା ସହ ତଣ୍ଟିଚିପି ମାରିବା ପାଇଁ ଉଦ୍ୟମ କରିବାରେ ବିଫଳ ହେବାରୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲା ଅଭିଯୁକ୍ତ ବଡ଼ ପୁଅ। ବୃଦ୍ଧ ବାପା ଜଣକ ଚିତ୍କାର କରିବାରୁ ପଡିଶା ଲୋକ ଉଦ୍ଧାର କରିଥିଲେ। ଘଟଣା ସମ୍ବନ୍ଧରେ ବୃଦ୍ଧ ବାପା ଜଣକ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଆସୁଥିବା ବେଳେ ନୃଶଂସ ବଡ଼ ପୁଣି ମାଡ଼ ମାରି ନାଳରେ ପକାଇ ଦେଇଥିଲା। ବାଉଁଶୁଣି ପୋଲିସ୍ ଖବରପାଇ ବୃଦ୍ଧଙ୍କୁ ଅଚେତ୍ ଅବସ୍ଥାରେ ଉକ୍ତ ନାଳରୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ବାଉଁଶୁଣି ପୋଲିସ୍ ଅଭିଯୁକ୍ତ ବଡ଼ପୁଅକୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ