Masthead

ଝିଅ ପାଇଁ ବାପାର କୋହଭରା ନିବେଦନ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନେ ସେ ବି ହସୁଥିଲା, ଦୌଡୁଥିଲା, ସାଙ୍ଗସାଥୀ ମେଳରେ ଖେଲୁଥିଲା । ତା’ ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । ଦେଖିବାକୁ ଯେତିକି ସୁନ୍ଦର, ପାଠରେ ମଧ୍ୟ ସେମିତି ଧୂରନ୍ଧର । ମେଧାବୀ ଛାତ୍ରୀ ଭାବରେ ସମସ୍ତଙ୍କ ମନ ଜିଣି ନେଉଥିଲା ସେ । ବାପା-ମା’ଙ୍କ ଗୋଟିଏ ବୋଲି ଝିଅ । ସ୍ନେହ, ମମତା ଉଣା ନଥିଲା । ଘରେ, ବାହାରେ ସମସ୍ତେ ତାକୁ ଆଦର କରୁଥିଲେ । ପାଠପ୍ରତି ଝିଅର ଆଗ୍ରହ ଦେଖି, ବାପା-ମା’ ଗର୍ବ କରୁଥିଲେ । ତା’ ପାଇଁ ଏସବୁ ଏବେ ତୁଚ୍ଛ । ଦୀର୍ଘ ୧୫ମାସ ହେଲା ଜୀବନ ଯନ୍ତ୍ରଣା ସହ ସଂଗ୍ରାମ କରୁଛି ସେ । ସବୁକିଛି ଛଡେଇ ନେଇଛି ଅଜଣା ରୋଗ ।

ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଳାଗିଛି । ଜଣେ ବାପା’ଙ୍କ କୋହଭରା ଗୁହାରି ସୋସିଆଲ ମିଡିଆରେ ଛାଇ ହୋଇଯାଇଛି । ଝିଅର ଏଭଳି ଅବସ୍ଥାରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛି ପରିବାର । ଏମତି ଏକ ଦୁଃଖଦ କାହାଣୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେଲଶଉଁଳିଆ ଗାଁରେ । ଗାଁର ସନାତନ ସେଠୀଙ୍କ ମୁଣ୍ଡ ଉପରେ ସତେ ଯେପରି ଆକାଶ ଛିଣ୍ଡି ପଡିଛି । ୧୪ ବର୍ଷିୟା ଝିଅ ସୁପ୍ରଭା ସେଠୀ ଅଜଣା ରୋଗରେ ଆକ୍ରାନ୍ତ । ଚାଲିବା ତ ଦୂର କଥା ଖାଇବାକୁ ବି ବଳ ନାହିଁ । ଝିଅକୁ ଟେକି ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ନେଉଛନ୍ତି ବାପା-ମା । ଖାଦ୍ୟ ଖାଇବାକୁ ଅସମର୍ଥ ହୋଇପଡିଛି ସୁପ୍ରଭା । ସୁପ୍ରଭାକୁ ଯିଏ ଦେଖିବ, ତା’ ପାଦତଳୁ ମାଟି ଖସିଯିବ ।

କୋହଭରା ଭିଡିଓରେ ସନାତନ କହିଛନ୍ତି, ‘୧୫ ମାସ ହେଲା ଝିଅ ଅଜଣା ରୋଗରେ ଆକ୍ରାନ୍ତ । ନବୋଦୟ ବିଦ୍ୟାଳୟର ସେ ମେଧାବୀ ଛାତ୍ରୀ । ଝିଅର ଚିକିତ୍ସା ପାଇଁ ପାଖରେ ଯାହାକିଛି ଥିଲା ସବୁ ସାରିଦେଲି । ଏବେ ଝିଅକୁ ଖାଇବାକୁ ଦେବା ପାଇଁ ସମ୍ବଳ ନାହିଁ । ଗୁଜୁରାଟରେ ସାଧାରଣ କାମ କରି ଘର ଚଳାଏ । ବର୍ଷେ ହେଲା ଝିଅର ଚିକିତ୍ସା ପାଇଁ, ତା’ ପାଖରେ ଅଛି । ଝିଅର ସାଙ୍ଗମାନେ ଦୁଃଖ ସହି ପାରୁ ନାହାନ୍ତି, ମଝିରେ ମଝିରେ ଆସି ସମବେଦନା ଜଣାଉଛନ୍ତି । ଏପରିକି ତାଙ୍କ ଟିଫିନମନିରୁ କିଛି ସାହାଯ୍ୟ ମଧ୍ୟ କରୁଛନ୍ତି । ସନାତନ ଆହୁରି କହିଛନ୍ତି, ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ମୋ’ ଝିଅ ସୁସ୍ଥ ହୋଇପାରନ୍ତା ।

ଏହି ଭିଡିଓ କହୁଛି ଅନେକ କଥା । ପ୍ରଶାସନିକ ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା