Masthead

ମୋ ଭାଇକୁ ପୋଲିସ ମାରିଦେଲା

ପୁରୀ (ବଡ଼ ଖବର ବ୍ୟୁରୋ): ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁ ହୋଇଛି । ତାଙ୍କ ଦେହରେ ମାଡ଼ଦାଗ ସ୍ପଷ୍ଟ ବାରିହୋଇ ପଡୁଛି । ପୋଲିସ ହତ୍ୟାକାରୀ । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବଡ଼ ମେଡିକାଲ ଆଗରେ ବିଜେପି, ଓକିଲ, ବୁଦ୍ଧିଜୀଜୀ ଓ ସାଧାରଣ ଲୋକମାନେ ଭିକ୍ଷୋବ ପ୍ରଦର୍ଶନ କରିଛନ୍ତି । ଘଟଣାକୁ ପୁରୀ ବାର ଆସୋସିଏସନ ନିନ୍ଦା କରିବା ସହ ଓକିଲମାନେ ରାଜରାସ୍ତାରେ ଭିକ୍ଷୋବ ପ୍ରଦର୍ଶନ କରିଛନ୍ତି । ପୋଲିସ ସହ ସାଧାରଣ ଜନତା ଓ ବିଜେପିକର୍ମୀଙ୍କର ଧସ୍ତାଧସ୍ତି ହୋଇଛି । ପୁରୀରେ ଲାଗିରହିଛି ଉତ୍ତେଜନା ।

ପୁରୀ ବଳିଆପଣ୍ଡା ଫାଦର୍ସ ସ୍କୁଲ ଅଞ୍ଚଳର କେ. ରମେଶ (୨୮)ଙ୍କର ପୁରୀ ବାସେଲି ସାହି ଥାନା ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଆଜି ସକାଳେ ପ୍ରଚାର ହୋଇଥିଲା । ରମେଶଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ବୁଧବାର ରାତିରେ ଘରକୁ ଆସିଥିଲା । ରମେଶ ବହୁ ଅପରାଧରେ ଜଡି଼ତ । ନିକଟରେ ସେ ଅନୁଗୁଳ ଜେଲରୁ ଆସିଥିବା କୁହାଯାଉଛି । ତେବେ ପୋଲିସ ରମେଶଙ୍କୁ ଥାନାକୁ ନେଇ ପିଟି ପିଟି ମାରିଦେଇଥିବା ତାଙ୍କ ଭାଇ ସମେତ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି